ମୁଖ୍ୟ ଖବର

କାର ଦୁର୍ଘଟଣାର ୩ ମୃତ : ତିନିଦିନ ପରେ ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଯୁବତୀ ନିଜର ତିନିଜଣ ସାଙ୍ଗଙ୍କ ମୃତଦେହ ସହିତ ରହିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଯୁବତୀ ଜଣକ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ପୁଲିସକୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଭଗ୍ନାବଶେଷ ମିଳି ନଥିଲା। ତେବେ ଗୁରୁତର ଭାବେ ଉଦ୍ଧାର ହୋଇଥିବା ଯୁବତୀଙ୍କ ମା’ ଝିଅକୁ ଖୋଜିବା ପାଇଁ ବାହାରିଥିବା ବେଳେ ଦୁର୍ଘଟଣାସ୍ଥଳ  ଦେଇ ତିନିଥର ଅତିକ୍ରମ କରିଥିଲେ, କିନ୍ତୁ ତାଙ୍କ ଝିଅ ସମ୍ପର୍କରେ କୌଣସି ସୂଚନା ପାଇ ପାରି ନଥିଲେ।

୨୦ବର୍ଷର ସୋଫି ରସନ ୪୬ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ମୃତସାଙ୍ଗଙ୍କ ସହିତ ରହିଥିଲେ। ଦୁର୍ଘଟଣାରେ ତାଙ୍କ ଗଳା ଓ ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ସେ ସାମାନ୍ୟ ଅଚେତ ଅବସ୍ଥାରେ  ପଡ଼ିଥିଲେ। ଏହି କାରଣରୁ ସେ ନିଜ ଫୋନକୁ ବି ବ୍ୟବହାର କରି ପାରୁ ନଥିଲେ।

ସୋଫିଙ୍କ ମା’ଙ୍କ କହିବାନୁସାରେ, ‘ଶୁକ୍ରବାର ଯେତେବେଳେ ସୋଫିଙ୍କ ସହିତ ତାଙ୍କ ସାଙ୍ଗମାନେ ଘରକୁ ଫେରି ନଥିଲେ ସେ ପୁଲିସକୁ ଯୋଗାଯୋଗ କରିଥିଲେ। କିନ୍ତୁ ୨୦ଥର କଲ କଲା ପରେ ବି ପୁଲିସ ପକ୍ଷରୁ କୌଣସି ଉତ୍ତର ନମିଳିବାରୁ କିଛି ସମ୍ପର୍କୀୟଙ୍କ ସହିତ ମିଶି ଝିଅକୁ ଖୋଜିବାକୁ ଲାଗିଥିଲେ।

ସୋଫିଙ୍କ ଗାଡ଼ି ଦୁର୍ଘଟଣାପରେ ଗଛର ପଛପାର୍ଶ୍ବକୁ ଚାଲି ଯାଇଥିବାରୁ କୌଣସି ସୂଚନା ମିଳି ପାରୁ ନଥିଲା। ଏଥିସହିତ ଗାଡ଼ିରେ ଥିବା ଯାତ୍ରୀମାନେ ଦୁର୍ଘଟଣାସ୍ଥଳରୁ କିଛିବାଟରେ ପିଙ୍ଗି ହୋଇ ପଡ଼ିଥିଲେ।  ସେଠାରେ ଘଞ୍ଚ ଗଛ ଥିବାରୁ  ଦୁର୍ଘଟଣା ସମ୍ପର୍କରେ କାହାକୁ କିଛି ଜଣାପଡ଼ି ନଥିଲା। ଏହି ଦୁର୍ଘଟଣାର ଶିକାର ହେବାପରେ ସୋଫି ଓ ତାଙ୍କ ୩୨ବର୍ଷର ସାଙ୍ଗ ସେନ ହସ୍ପିଟାଲରେ ମୃତ ସହ ସଂଘର୍ଷ କରୁଥିବା ବେଳେ ଡା‌ସି ରୋଜ, ଇବ ସ୍ମିଥ ଓ ରାଫେଲ ଜିୟାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *