ଅପରାଧ

ଘରୋଇ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ବଡଗଡ଼ ଥାନା ଅଧୀନ ଏକ ଘରୋଇ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତକ ହେଉଛନ୍ତି ଜଗଦଳପୁର ଡେଲାଙ୍ଗର ସରୋଜିନୀ ସୁନ୍ଦରାୟ।୨୧ ବର୍ଷୀୟା ଏହି ଯୁବତୀ ଏକ ହୋଟେଲରେ କାମ କରୁଥିଲେ ବୋଲି ସୂଚନା ମିଳିଛି। ଝିଅଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ତାଙ୍କ ପରିବାର ପହଞ୍ଚିଛନ୍ତି।ପରିବାରର ବିନା ଅନୁମତିରେ କାହିଁକି ହଷ୍ଟେଲ କବାଟ ଭଙ୍ଗାଗଲା ବୋଲି ପରିବାରଲୋକ ପ୍ରଶ୍ନ ଉଠାଇଛନ୍ତି। ଓକିଲ ଅଭିଯୋଗକରିଛନ୍ତି ଯେ ଏକାଧିକ ଯୁବତୀଙ୍କୁ ଘର ମାଲିକ ବିନା କୌଣସି ପ୍ରମାଣପତ୍ରରେ ରଖିବା ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏହାଛଡ଼ା ଏହି ହଷ୍ଟେଲରେ ଯୁବତୀମାନଙ୍କୁ ରଖି ଅନୈତିକ କାର୍ଯ୍ୟକଳାପରେ ନିୟୋଜିତ କରୁଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

Leave a Reply

Your email address will not be published. Required fields are marked *