ମୁଖ୍ୟ ଖବର

ଡକାୟତ ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇକୁ ପାଣିକୋଇଲି ବହିଷ୍କାର ଦାବି

ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀଡକାୟତ ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇକୁ ପାଣିକୋଇଲି ରୁ ତୁରନ୍ତ ହଟେଇବାକୁ ସାଧାରଣ ରେ ଦାବି କରାଯାଇଛି l ପବ୍ଲିକ ମନି ଲୁଟୁଥିବା ଏହି ଡକାୟତ ପୂର୍ଣ୍ଣ ଦଳେଇ ଭୁବନେଶ୍ୱର ଓ କଟକ ରେ ୧0ଟି ପ୍ଲଟ ନିଜ ସମ୍ପର୍କୀୟଙ୍କ ନାମରେ କିଣିଛନ୍ତି ବୋଲି କେନ୍ଦ୍ରାପଡ଼ା ଏକ ଡିଭିଜନ ର ଯନ୍ତ୍ରୀ କହିଛନ୍ତି l ଡାକୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ପାଣିକୋଇଲି ରେ ମିଥ୍ୟା ଟେଣ୍ଡର କରି କୋଟି କୋଟି ଟଙ୍କା ଲୁଟ କରିଛନ୍ତି ବୋଲି ବାଲିଗୁଡା ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ଖୋଲା ଖୋଲି କହିଛନ୍ତି l ମାର୍ଚ୍ଚ ମାସରେ ଡକାୟତ ଯନ୍ତ୍ରୀ ଦଳେଇ ୫ କୋଟି ଟଙ୍କା ପିସି ଠିକାଦାର ମାନଙ୍କ ଠାରୁ ଆଦାୟ କରି ନିଜର ବିଶ୍ୱସ୍ତ ଲୋକ ନାମରେ ଠୁଳ କରିଥିବା ଜଣାପଡିଛି l ପାଣିକୋଇଲି ଡିଭିଜନ କୁ ଆସିଲା ଦିନରୁ ଯନ୍ତ୍ରୀ ଦଳେଇ ଆଖିବୁଜି ପିସି ଖାଇ ପେଟକୁ ବେଙ୍ଗ ପରି ଫୁଲେଇ ଥିବାର ଦେଖିବାକୁ ମଳିଛି l ପିସି ଖୋର ଡକାୟତ ଯନ୍ତ୍ରୀ ଦଳେଇକୁ ଭିଜିଲାନ୍ସ ଗିରଫ କରିବାକୁ ସାଧାରଣ ରେ ଦାବି ହେଉଛି l ପାଣିକୋଇଲି ଡିଭିଜନ ର ସବୁ ଏସଡିଓ ମାନଙ୍କୁ ନିମ୍ନ ମାନର କାମ କରି ମୋଟା ଅଙ୍କର ପିସି ଦେବାକୁ ନିର୍ଦେଶ ଦେଇ ସରକାରୀ ଅର୍ଥ କୁ ଆତ୍ମସାତ ଦଳେଇ କରୁଥିବା ର ଅଭିଯୋଗ ହେଉଛି l ଡକାୟତ ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ପାଖ ଲୋକ କହି ଠିକାଦାରଙ୍କୁ ନିମ୍ନ ମାନର କାମକରି ପନ୍ଦର ପ୍ରତିଶତ ପିସି ଦେବାକୁ ଦାବି କରି ନେଇଛନ୍ତି l ସୂଚନା ଅନୁସାରେ ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ସଚିବ ଭି ଭି ଯାଦବ କୁ ମୋଟା ଅଙ୍କର ଅର୍ଥ ଦେଇ ପାଣିକୋଇଲି କୁ ଆସିଛନ୍ତି l ଯାଜପୁର ବିଧାୟକ ବବିଦାସଙ୍କ ଛତ୍ର ଛାୟା ତଳେ ରହି ଯାଜପୁର ବିକାଶରେ ବାଧକ ସାଜିଛନ୍ତି ପୂର୍ଣ୍ଣ ଦଳେଇ l ଭୁବନେଶ୍ୱର ଡିଭିଜନ ୫ ରେ ଏସଡିଓ ଥିବା ସମୟରେ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ କୋଟି କୋଟି ଟଙ୍କା ଲୁଟ କରି ମୁଖ୍ୟ ଯନ୍ତ୍ରୀ ଓମ ପଟେଲ ଠାରୁ ଗାଳି ଖାଇଥିଲେ l ଆଇନ, କାନୁନ କୁ ଗୋଇଠା ମାରି ଡକାୟତ ଦଳେଇ ଯାଜପୁର କୁ ଦିନ ଦୁଇ ପହରେ ଲୁଟ କରୁଥିବାରୁ ତୁରନ୍ତ କାର୍ଯ୍ୟ ରୁ ବହିଷ୍କାର କରିବାକୁ ଦାବି ହେଉଛି l ବିଜେଡି ନିର୍ବାଚନ ପାଣ୍ଠି ସଂଗ୍ରହ ନାମରେ ରାଜକୋଷ ଲୁଟେରା ବିରୋଧରେ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି l ପୂର୍ତ୍ତ ବିଭାଗ କୁ ବଦନାମ କରୁଥିବା ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ କୁ ଭାତୀୟ ନିର୍ବାଚନ କମିଶନ କାର୍ଯ୍ୟରୁ ହଟେଇବାକୁ ଯାଜପୁର ନାଗରିକ କମିଟି ପକ୍ଷରୁ ଦାବି ହେଉଛି l ଯନ୍ତ୍ରୀ ଦଳେଇ ର ଗୁମର ପେଡି ଆଗକୁ ଆହୁରି ପ୍ରକାଶ ପାଇବ

Leave a Reply

Your email address will not be published. Required fields are marked *