ମହାନଗର

ସାରା ରାଜ୍ୟରେ ଅସହ୍ୟ ତାତି: ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି ସାରା ରାଜ୍ୟରେ। ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୨.୬ ରହିଛି। ୮ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ପାରାଦୀପ, ପୁରୀ ଓ କେନ୍ଦୁଝରରେ ୩୨ ଡିଗ୍ରି, ବାଲେଶ୍ୱରରେ ୩୧. ୮, ଚାନ୍ଦାବାଲିରେ ୩୧.୬, ଝାରସୁଗୁଡ଼ାରେ ୩୦.୮, ହୀରାକୁଦରେ ୩୦.୨ ଡିଗ୍ରି ରେକର୍ଡ ହୋଇଛି।ସେହିପରି ସମ୍ବଲପୁର ଓ ରାଉରକେଲାରେ ୩୦, ଗୋପାଳପୁରରେ ୨୯.୮ ଡିଗ୍ରି ରେକର୍ଡ କରାଯାଇଛି। ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରି ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

Leave a Reply

Your email address will not be published. Required fields are marked *