ମୁଖ୍ୟ ଖବର

ଦିନ ୨ଟା ୩୦ରେ ୪୦ଡିଗ୍ରି ଉପରେ ରାଜ୍ୟର ୬ ସହର, ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ବର: ଆଜି ରାଜ୍ୟସାରା ପ୍ରବଳ ଖରା ହୋଇଛି। ସକାଳ ୮ଟା ପରଠାରୁ ବାହାରକୁ ଯିବା ଅସୁବିଧା ହୋଇଥିଲା। ରାସ୍ତାଘାଟ ଖାଲିଖାଲି ଲାଗୁଥିଲା। ଦିନ ୨ଟା ୩୦ ସୁଦ୍ଧା ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉ‌ପରେ ରହିଛି। ଏଥିରେ ଭୁବନେଶ୍ବର ସର୍ବାଧିକ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱରରେ ଆଦି ଦିନ ସାଢ଼େ ୨ଟାରେ ୪୧.୯ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୪୧.୬, ଝାରସୁଗୁଡାରେ ୪୧.୪, ବାଲେଶ୍ୱରରେ ୪୦.୫, ସମ୍ବଲପୁରରେ ୪୦.୩, କେନ୍ଦୁଝରରେ ୪୦, ରାଉରକେଲାରେ ୩୯.୯, ହୀରାକୁଦରେ ୩୯.୫, ଗୋପାଳପୁରରେ ୩୫.୬, ପୁରୀରେ ୩୪.୮ ଓ ପାରାଦୀପରେ ୩୪.୨ ତାପମାତ୍ରା ରେକର୍ଡ କରାଯାଇଛି।ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୨୦ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ବଜ୍ରପାତ ସହିତ ବର୍ଷା ହେବାର ଆଶଙ୍କା ରହିଛି।ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରି ଯାଏଁ ବୃଦ୍ଧି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *