ଦେଶ- ବିଦେଶ

ଥରିଲା ଆଫଗାନିସ୍ତାନ: ତୀବ୍ରତା ୪.୨

କାବୁଲ, : ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା। ମଙ୍ଗଳବାର ରାତି ପ୍ରାୟ ୧.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସଳଚନା ଦିଆଯାଇଛି। ତେବେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରହିଥିବା ବେଳେ ଦ୍ରାଘିମା ୬୯.୫୧, ଅକ୍ଷାଂଶ ୩୪.୫୩ ଏବଂ ଏବଂ ଗଭୀରତା ୧୩୬ କିଲୋମିଟର ପର୍ଯ୍ୟନ୍ତ ଥିବା ଜଣାପଡିଛି। ଭୂକମ୍ପ ଫଳରେ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏହାପୂର୍ବରୁ ମାର୍ଚ୍ଚ ୨ରେ ଆଫଗାନିସ୍ତାନ ଫୌଜାବାଦରେ ୪.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା।

Leave a Reply

Your email address will not be published. Required fields are marked *