ଦେଶ- ବିଦେଶ

ହୋଲି ପାଳନ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଦେଶରେ ରଙ୍ଗ ମହୋତ୍ସବ ହୋଲି ପାଳନ ଚାଲିଥିବା ବ‌େଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ହୋଲିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହର୍ଷୋଲ୍ଲାସର ପର୍ବ ବୋଲି ଦର୍ଶାଇ କହିଛନ୍ତି ଯେ, ଏହା ଆମ ବିବିଧତା ସମାଜର ଜୀବନ୍ତ ରଙ୍ଗ ଓ ସୌହାର୍ଦ୍ଦ୍ୟର ପ୍ରତୀକ। ଟୁଇଟ୍‌ କରି ସେ ଲେଖିଛନ୍ତି, ଦେଶବାସୀଙ୍କୁ ହର୍ଷୋଲ୍ଲାସର ପର୍ବ ହୋଲି ଅବସରରେ ହାର୍ଦ୍ଦିକ ଶୁଭକାମନା। ‌ସ୍ନେହ ଓ ଭାଇଚାରାର ଏହି ମହୋତ୍ସବ ଆମ ବିବିଧତାପୂର୍ଣ୍ଣ ସମାଜ, ସଜୀବ ରଙ୍ଗ ଓ ସୌହାର୍ଦ୍ଦ୍ୟର ପ୍ରତୀକ ଅଟେ। ରଙ୍ଗର ଏ ମହୋତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ନୂତନ ଶକ୍ତି ସଂଚାର କରୁ ବୋଲି କାମନା କରୁଛି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲେଖିଛନ୍ତି, ଆପଣଙ୍କ ଜୀବନରେ ହର୍ଷ ଓ ଉଚ୍ଛ୍ବାସର ରଙ୍ଗ ବର୍ଷୁଥାଉ। ଆପଣମାନଙ୍କୁ ସୁଖ ଓ ରଙ୍ଗଭରା ହୋଲି ଶୁଭେଚ୍ଛା।

ଟୁଇଟ୍‌ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସୁଖର ପର୍ବ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ସେ ଲେଖିଛନ୍ତି, ରଙ୍ଗ, ଉଚ୍ଛ୍ବାସ ଓ ଆନନ୍ଦ ଉଲ୍ଲାସର ମହୋତ୍ସବ ହୋଲି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦର ଏହି ମହୋତ୍ସବ ଆପଣମାନଙ୍କ ଜୀବନରେ ନୂତନ ଶକ୍ତି ସଂଚାର କରୁ।

କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ହୋଲି ଅବସରରେ ଶୁଭେଚ୍ଛା ଜଣାଇ‌ ଲେଖିଛନ୍ତି, ହୋଲି ମହୋତ୍ସବ ସମସ୍ତଙ୍କ ଜୀବନକୁ ରଙ୍ଗିନ କରୁ, ଦେଶକୁ ଏକତା ରଙ୍ଗରେ ରଙ୍ଗିନ କରୁ। ସମସ୍ତଙ୍କୁ ହୋଲି ଅବସରରେ ମୋର ଶୁଭେଚ୍ଛା।

ସେହିପରି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ରଙ୍ଗର ଏଇ ମହୋତ୍ସବ ଆପଣମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଅନେକ ସୁଖ ଆଣୁ। ଏ ସମାଜରେ ପାରସ୍ପାରିକ ଭ୍ରାତୃତ୍ବର ମୂଳଦୁଆ ଆହୁରି ସୁଦୃଢ଼ ହେଉ।

One thought on “ହୋଲି ପାଳନ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

  • Quality articles or revies is the main to bbe a focus foor the people
    to go too see the web site, that’s what thiks webb site iss providing.

    Reply

Leave a Reply

Your email address will not be published. Required fields are marked *