ମୁଖ୍ୟ ଖବର

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି ଏମପି । ଅପଶବ୍ଦ ପ୍ରୟୋଗ ଓ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା କହି ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟ ଅନନ୍ତଙ୍କ ବିରୋଧରେ ମାନହାନି ମାମଲା କରିଛନ୍ତି ପିନାକୀ ମିଶ୍ର । ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନୀ ମାମଲା କରିଛନ୍ତି ବିଜେଡି ଏମପି ପିନାକୀ ମିଶ୍ର । ତାଙ୍କୁ ଆପତ୍ତିଜନକ ନାଁଁରେ ସମ୍ବୋଧନ କରିବା ସହ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା ଆବେଦନରେ ଦର୍ଶାଇଛନ୍ତି ପିନାକୀ ।ପିନାକୀ ଅଭିଯୋଗ କରିଛନ୍ତି, ‘ଯେତେବେଳେ ଦେହାଦ୍ରାଇ ଓ ମୋଇତ୍ରା ପରସ୍ପରଠାରୁ ଅଲଗା ହେଲେ, ସେତେବେଳେ ମହୁଆଙ୍କ ବିରୋଧରେ ଲାଞ୍ଚ କାରବାର ଓ ଦୁର୍ନୀତି ଭଳି ଏକାଧିକ ଅଭିଯୋଗ ଆଣିଥିଲେ ଦେହାଦ୍ରାଇ । ଏଥିସହ ପିନାକୀଙ୍କ ବାବଦରେ ଆପତ୍ତିଜନକ ଶବ୍ଦ ସବୁ ବ୍ୟବହାର କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

Leave a Reply

Your email address will not be published. Required fields are marked *