ଦେଶ- ବିଦେଶ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ ଦିନରେ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛନ୍ତି ହେଭିୱେଟ ନେତା । ପ୍ର୍ରାର୍ଥୀଙ୍କ ପାଇଁ ମଇଦାନରେ ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଶାଳ ରାଲି କରି ଜନତାଙ୍କୁ ଭୋଟ ମାଗିଛନ୍ତି ନେତା ।

୨୬ ତାରିଖ ଅର୍ଥାତ ଶୁକ୍ରବାର ୧୨ ରାଜ୍ୟର ୮୮ ଲୋକ ସଭା ଆସନ ପାଇଁ ଭୋଟ ପଡିବ । ୧୨୦୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା କରିବେ ଭୋଟର । କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତ୍ରିପୁରା,ପଶ୍ଚିମବଙ୍ଗ,ଆସାମ, ବିହାର, ଛତିଶଗଡ, ଜମ୍ମୁ କଶ୍ମିର ଲୋକ ସଭା ଆସନ ପାଇଁ ହେବ ମତଦାନ ।

Leave a Reply

Your email address will not be published. Required fields are marked *