ଚୈତ୍ର ପୂର୍ଣ୍ଣିମା ଅବସରରେ ଆନନ୍ଦମ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ବିଶ୍ୱ ଶାନ୍ତି ହୋମୟଜ୍ଞ
ଭୁବନେଶ୍ୱର : ପବିତ୍ର ଚୈତ୍ର ପୂର୍ଣ୍ଣିମା ଏବଂ ହନୁମାନ ଜୟନ୍ତୀର ଶୁଭ ଅବସରରେ ୨୩ ଏପ୍ରିଲ, ମଙ୍ଗଳବାର ୨୦୨୪ ଦିନ ଭୁବନେଶ୍ୱର ନିଲଡ୍ରି ବିହାର ସ୍ଥିତ ଶୋଭନୀୟ ଶିକ୍ଷ୍ୟାଶ୍ରମ ପରିସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା “ବିଶ୍ୱ ଶାନ୍ତି ହୋମୟଜ୍ଞ” ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମ ସକାଳ ୧୦ ଘଟିକାରେ ଆରମ୍ଭ ହୋଇଥିଲା । ଗାୟତ୍ରୀ ପରିବାର ତରଫରୁ ଶ୍ରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ପୁରୋହିତ ଭାବେ ଯଜ୍ଞାନୁଷ୍ଠାନ ସମ୍ପର୍ଣ୍ଣ କରିଥିଲେ। ଶ୍ରୀ ଗଣେଶ ପ୍ରସାଦ ସାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ଚନ୍ଦ୍ରକାନ୍ତା ସାହୁ ଯଜମାନର ଦାଇତ୍ଵ ନିର୍ବାହ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ମମତା ପ୍ରଧାନ ଏବଂ ଅନ୍ୟ ଗୁରୁମାମାନଙ୍କ ଆନ୍ତରିକ ସହଯୋଗ ଯଜ୍ଞ କାର୍ଯ୍ୟକୁ ସଫଳ ରୁପାୟନ କରିଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ର ଓ ସ୍ଥାନୀୟ ଲୋକମାନେ ହୃଦୟ ସହିତ ଅଂଶଗ୍ରହଣ କରିଥିଲେ । ପୂର୍ବାହ୍ନ ୨ ଘଟିକା ସମୟରେ ପୂର୍ଣ୍ଣାହୁତି ଏବଂ ମହାପ୍ରସାଦ ସହିତ ଏହା ସମାପ୍ତ ହୋଇଥିଲା ।
ଏହି ପବିତ୍ର ଅବସରରେ ଶ୍ରୀ ମନୋଜ ଦାସ (ସାଧାରଣ ସମ୍ପାଦକ, ଆନନ୍ଦମ ଫାଉଣ୍ଡେସନ), ଶ୍ରୀ ଚନ୍ଦ୍ର ରାଓ, ଶ୍ରୀ ବିଷ୍ଣୁ ଚରଣ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।