ଦେଶ- ବିଦେଶ

ଆତଙ୍କବାଦ-ବାମପନ୍ଥୀ ଉଗ୍ରବାଦ ୮୦ ପ୍ରତିଶତ ହ୍ରାସ ପାଇଛି: ଶାହା

ମୁମ୍ବାଇ, : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ, ଉତ୍ତର-ପୂର୍ବରେ ବାମପନ୍ଥୀ ଉଗ୍ରବାଦରେ ୮୦ ପ୍ରତିଶତ ହ୍ରାସ ଘଟିଛି। ନାଗପୁରର ଏକ ମରାଠୀ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହା ଏହା କହିଛନ୍ତି।

ଅମୃତକାଳ ର ତିନୋଟି ପ୍ରମୁଖ ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରି ଶାହା କହିଛନ୍ତି ଯେ ପ୍ରଥମ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ପିଢ଼ି ସାମ୍ନାରେ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ପ୍ରଦର୍ଶନ କରିବା। ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ଗତ ୭୫ ବର୍ଷ ମଧ୍ୟରେ ଦେଶର ଅଗ୍ରଗତିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା। ସେହିପରି ତୃତୀୟ ଉଦ୍ଦେଶ୍ୟ ହେଉଛି ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ସବୁ କ୍ଷେତ୍ରରେ ଶୀର୍ଷରେ ପହଞ୍ଚାଇବାକୁ ନିଶ୍ଚିତ କରିବା।

ଗତ ଏକ ବର୍ଷରେ ପ୍ରାୟ୧.୮ କୋଟି ପର୍ଯ୍ୟଟକ କଶ୍ମୀର ଉପତ୍ୟକାକୁ ଆସିଥିଲେ, ଯାହା ଏକ ବଡ଼ କଥା । ସେ କହିଛନ୍ତି ଯେ ୭୦ବର୍ଷରେ କଶ୍ମୀରରେ ମାତ୍ର ୧୨ ହଜାର କୋଟି ଟଙ୍କା ବିନିଯୋଗ ହୋଇଛି। କିନ୍ତୁ ମୋଦି ସରକାରଙ୍କ ଅଧୀନରେ ଏହା ମାତ୍ର ତିନି ବର୍ଷ ମଧ୍ୟରେ ୧୨ ହଜାର କୋଟି ଟଙ୍କା ପାଇଛି। କଶ୍ମୀରର ପ୍ରତ୍ୟେକ ଘରକୁ ଟ୍ୟାପ ପାଣି ଏବଂ ବିଦ୍ୟୁତ ଯୋଗାଇ ଦିଆଯାଇଛି ଯାହା ଏକ ବଡ ପରିବର୍ତ୍ତନ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ହେଉଛି ଭାରତକୁ ବିଶ୍ୱରେ ଶୀର୍ଷରେ ଦେଖିବା। ସେ କହିଛନ୍ତି, ୭୦ ପ୍ରତିଶତ ଆତ୍ମନିର୍ଭରଶୀଳତା ସହିତ ପ୍ରତିରକ୍ଷା ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ ହେଉଛି ଏବଂ ମୋଦିଙ୍କ ନେତୃତ୍ୱରେ ଦେଶ ବିଶ୍ୱର ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଛି ।

ସେ କହିଛନ୍ତି ଯେ ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି ଯାହା ଲୋକଙ୍କ ପାଇଁ ଲାଭଦାୟକ ଏବଂ ଭାରତ ଦୁଇରୁ ତିନି ବର୍ଷ ମଧ୍ୟରେ ହାଇଡ୍ରୋଜେନ ଉତ୍ପାଦନରେ ବିଶ୍ୱକୁ ଆଗେଇ ନେବ। ସେହିଭଳି ଉପଗ୍ରହ କ୍ଷେତ୍ରରେ ଭାରତ ଚାରି ରୁ ପାଞ୍ଚ ବର୍ଷ ମଧ୍ୟରେ ବହୁ ଆଗକୁ ଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *