ରାଜ୍ୟ

ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,: ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ କ୍ରନ୍ଦନ କରୁଥିବା ଲୋକେ ଶୁଣିବାକୁ ପାଇଥିଲେ। ପରେ ଯାଇ ଦେଖିବା ପରେ ପରିତ୍ୟକ୍ତ ଅବସ୍ଥାରେ ତାକୁ କେହି ଛାଡ଼ି ଚାଲିଯାଇଥିବା ଜଣାପଡ଼ିଥିଲା। ପରେ କିଛି ଲୋକେ ଶିଶୁକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାକୁ ବ୍ରହ୍ମପୁରକୁ ପଠାଯାଇଛି। ତେବେ କିଏ ଏବଂ କାହିଁକି ଶିଶୁପୁତ୍ରକୁ ଛାଡ଼ି ଚାଲିଯାଇଛନ୍ତି ସେନେଇ ଏଯାବତ କୌଣସି ସୂଚନା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *