ମୁଖ୍ୟ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାାର ଜଗଦ୍ଦେବ ଓଡ଼ିଶା ସପ୍ତଦଶ ବିଧାନସଭା ନିର୍ବାଚନରେ ଖୋର୍ଦ୍ଧାରୁ ଲଢ଼ିବେ। ଖୋର୍ଦ୍ଧାରେ କାଲୁ ଖଣ୍ଡାୟତଙ୍କ ସ୍ଥାନରେ ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଭରସା କରିଛି। ସେହିପରି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଗୀତାଞ୍ଜଳି ସେଠୀ ଓ ଅଭିନେତା ଅରିନ୍ଦମ ରାୟଙ୍କୁ ମଧ୍ୟ ବିଜେପି ଟିକେଟ୍‌ ଦେଇଛି। କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ଓ ସାଲେପୁରରୁ ଅରିନ୍ଦମ ପ୍ରାର୍ଥୀ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଯିଏକି କିଛି ଦିନ ପୂର୍ବରୁ ବିଜେଡି ଛାଡ଼ିଥିଲେ ତାଙ୍କୁ ବିଜେପି ସେଠାରେ ପ୍ରାର୍ଥୀ କରିଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ଶନିବାର ଏହି ସୂଚନା ଦେଇଛନ୍ତି।ଶ୍ରୀ ସିିଂହ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି, ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପି ୪ର୍ଥ ତାଲିକା ଜାରି କରିଛି। ଏହି ତାଲିକାରେ ୮ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି।ସୂଚନାଯୋଗ୍ୟ, ବିଜେପି ଏପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୧୪୦ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ଆଉ ୭ଟି ଆସନ (ବେଗୁନିଆ, ବରୀ, ବାରବାଟୀ-କଟକ, ଭଣ୍ଡାରୀପୋଖରି, ନୀଳଗିରି, ଭୋଗରାଇ ଓ ଘସିପୁରା)ରେ ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ।

Leave a Reply

Your email address will not be published. Required fields are marked *