ମୁଖ୍ୟ ଖବର

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା : ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ଆଜି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା ଉପରେ ଶୁଣାଣି ହୋଇଥିଲା । ଏଥିରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିକୁ ରଦ୍ଦ କରିବାକୁ କଲିକତା ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ କୌଣସି ସ୍ଥଗିତାଦେଶ ଲଗାଇନାହାନ୍ତି । ତେବେ କୋର୍ଟ ଏହି ମାମଲାର ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି। ଆସନ୍ତା ସୋମବାର କୋର୍ଟ ଏହି ମାମଲାର ଶୁଣାଣି କରିବେ।

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବିଦ୍ୟାଳୟ ସେବା ଆୟୋଗ (ଏସଏସସି) ଦ୍ୱାରା କରାଯାଇଥିବା ୨୫,୭୫୩ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ କଲିକତା ହାଇକୋର୍ଟ ଦେଇଥିବା ଆଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ଜଷ୍ଟିସ ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୬ରେ ହେବ।

ତେବେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବିରୋଧରେ ସିବିଆଇ ଅଧିକ ତଦନ୍ତ କରିବ ବୋଲି ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ଉପରେ ଆମେ ରୋକ୍ ଲଗାଇବୁ ବୋଲି ଖଣ୍ଡପୀଠ କହିଛନ୍ତି। ବେଆଇନ ନିଯୁକ୍ତି ପାଇଁ ଅତିରିକ୍ତ ପଦବୀ ସୃଷ୍ଟି କୁ ମଞ୍ଜୁରୀ ଦେବାରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଭୂମିକା ସମ୍ପର୍କରେ ସିବିଆଇ ଅଧିକ ତଦନ୍ତ କରିବ ବୋଲି କୋଲକାତା ହାଇକୋର୍ଟ କହିଥିଲେ।

Leave a Reply

Your email address will not be published. Required fields are marked *