ରାଜ୍ୟ

ବିଜେଡି କର୍ମୀ ସମ୍ମିଳନୀରେ ଜିଆରଏସ ବାବୁ

ଅନୁଗୋଳ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦେଶ ତଥା ରାଜ୍ୟରେ ରାଜନୈତିକ ପାଣିପାଗ ସରଗରମ ଥିବାବେଳେ ବିଭିନ୍ନ ରାଜନୈତିକ ଦଳ ମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କଲେଣି । ସାଧାରଣ ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ଦ୍ଵାରା କିଛି ନୀୟମା ବଳି ମଧ୍ୟ ଲାଗୁ ହୋଇଛି। ସମସ୍ତ ପ୍ରକାର ନିର୍ବାଚନୀ ସଭା ସମିତିରୁ ଦୂରେଇ ରହିବା ପାଇଁ ସରକାରୀ ବାବୁ ଓ କର୍ମଚାରୀ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ନିର୍ବାଚନୀ ଆୟୋଗର ନିର୍ଦ୍ଦେଶକୁ ସରକାରୀ କର୍ମଚାରୀ ଅବମାନନା କରିଛନ୍ତି। ନାଲକୋ ଅଞ୍ଚଳରେ ବିଜେଡି ପକ୍ଷରୁ ବିଜେଡି କର୍ମୀମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ ।ଏହି କର୍ମୀଙ୍କ ଭିଡ଼ରେ ନଜରକୁ ଆସିଥିଲେ ବର୍ତ୍ତମାନ କୁକୁଡ଼ାଙ୍ଗ ପଞ୍ଚାୟତରେ ଜି ଆର୍ ଏସ ଭାବରେ କାର୍ଯ୍ୟରତ ସୁଶାନ୍ତ ପ୍ରଧାନ। କେବଳ କର୍ମୀ ସମ୍ମିଳନୀକୁ ଆସି ନଥିଲେ କାର୍ଯ୍ୟକ୍ରମ ଶେଷ ହେବା ପରେ ଆରାମରେ ବାସି ଭାତ,ମାଂସ ଖାଉଥିବାର ମଧ୍ୟ ନଜିର ଆସିଛି । ଏଠି ପ୍ରଶ୍ନ ଉଠୁଛି ଜଣେ ସରକାରୀ କର୍ମଚାରୀ ବିନା ଭୟରେ କିପରି ଏକ ଦଳୀୟ କାର୍ଯ୍ୟ କ୍ରମରେ ଯୋଗ ଦେଉଛନ୍ତି । କୌଣସି ଦଳୀୟ କାର୍ଯ୍ୟକ୍ରମର ସରକାରୀ କର୍ମଚାରୀ , ଆଶା ଦିଦି, ଅଙ୍ଗନୱାଡି ଦିଦି , ସିଆରପି, ଏମବିକେ ମାନେ ମଧ୍ୟ ଯୋଗ ଦେଇ ପାରିବେ ନାହିଁ। ଏନେଇ ଆମେ ସୁଶାନ୍ତ ପ୍ରଧାନଙ୍କ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ସମ୍ଭବ ହୋଇ ନାହିଁ।

Leave a Reply

Your email address will not be published. Required fields are marked *