ରାଜ୍ୟ

ବିଜେଡ଼ି ସମାବେଶରେ ଏମ.ବି.କେ ଟଙ୍କା ବଣ୍ଟନ ନେଇ ବିଜେପିର ଅଭିଯୋଗ

ଅନୁଗୋଳ: ନିର୍ବାଚନକୁ ନେଇ ଜିଲ୍ଲାରେ ରାଜନୀତି ସରଗରମ ହୋଇ ଯାଇଛି। ତିନି ଦଳର ନେତା ମାନେ ଭୋଟରଙ୍କୁ ନେଇ ବିଭିନ୍ନ ସ୍ଥାନରେ ସମାବେଶର ଆୟୋଜନ କରୁଛନ୍ତି। କିଏ ଚିକେନ ଭାତ ସହିତ ଟଙ୍କା ଦେଉଛି ତ ଆଉ କିଏ ଚିକେନ ଭାତ ଦେଇ ଭୋଟରଙ୍କୁ ହାତେଇବାକୁ ଚେଷ୍ଟା କରୁଛି। ଏହି ବୈଠକରେ ସରକାରୀ କର୍ମଚାରୀ କିମ୍ବା ସରକାରଙ୍କ ଠାରୁ ଦରମା ପାଉଥିବା ବ୍ୟକ୍ତି ମାନେ କୌଣସି ଦଳୀୟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଗତ ୨୮.୦୪.୨୦୨୪ ତାରିଖରେ ଗଡସନ୍ତ୍ରୀ ଗ୍ରାମରେ ହୋଇଥିବା ବିଜୁ ଜନତା ଦଳର ଏକ ସମ୍ମିଳନୀରେ ଟଙ୍କା ବାଣ୍ଟିବା ସହିତ ନିର୍ବାଚନ ଆଚରଣବିଧି ଉଲଘଂନ କରିଥିବା ଜଣାପଡିଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମରେ ହୋଇଥିବା ବିଜୁ ଜନତା ଦଳର ସମାବେଶରେ ଗିରାଙ୍ଗ ଗ୍ରାମ ପଞ୍ଚାୟତର ଏମବିକେ ଆରତୀ ସାମଲ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଟଙ୍କା ବାଣ୍ଟିଥିଲେ। ତେଣୁ ସେମାନେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ବୁଧବାର ଦିନ ଉପ ଜିଲ୍ଲାପାଳଙ୍କୁ ଏମବିକେ ଆରତୀ ସାମଲଙ୍କୁ ତୁରନ୍ତ ବହିଷ୍କାର କରିବା ଦାବିରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *