ଅପରାଧ

ଜିଲ୍ଲା ପୋଲିସ୍ ପକ୍ଷରୁ ଜୋରଦାର ଚଢାଉ


ଅନଗୁଳ:ଜିଲ୍ଲା ପୋଲିସ ଅନଗୁଳର ବିଭିନ୍ନ ସହର ଅଞ୍ଚଳରେ ଚାଲିଥିବା ଲୁଟେରା ମାନଙ୍କର ଲୁଟତରାଜି , ଡକାୟତି ଓ ରାହାଜାନିକୁ ରୋକିବା ପାଇଁ ଚଲାଇଥିବା ପ୍ରକ୍ରିୟାରେ କିଛି ମାତ୍ରାରେ ସଫଳତା ହାସଲ କରିଛି । ଗତ ତା ୨୯.୦୪.୨୦୨୪ ରିଖରେ ତାଳଚେର ପୁଲିସ ସନ୍ଥପଡ଼ା ଗ୍ରାମ ନିକଟରେ ଡକାୟତି କରିବାପାଇଁ ଯୋଜନା କରୁଥିବା ବେଳେ ଡକାୟତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଗୋଟି ଫାର୍ଷା,କଟରା ,ପାଞ୍ଚଟି ବାଇକ ଏବଂ ମୋବାଇଲ ଫୋନ ଜବତ କରିଛି । ଉକ୍ତ ସମ୍ବନ୍ଧୀୟ ତାଳଚେର ପୋଲିସ ପକ୍ଷରୁ ୪୫୫ କେସ ନମ୍ବରରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ସେହିପରି ଭାବରେ ଅନଗୁଳ ଥାନା ପୋଲିସ ଗତ ୧୮.୦୪.୨୦୨୪ ତାରିଖରେ ସୌଭାଗ୍ୟନଗର୍ଟଅଞ୍ଚଳର ଜଣେ ଦମ୍ପତି ଜଗନ୍ନାଥ ମନ୍ଦିରରୁ ଘରକୁ ଫେରୁଥିବା ସମୟରେ ତାମ୍ରିତ୍ କଲୋନୀ ବ୍ରିଜ ପାଖରେ କିଛି ଲୁଟେରା ତାଙ୍କର ସୁନା ଚେନକୁ ବାଇକ ରେ ଆସି ଝାମ୍ପି ନେଇଥିଲେ । ଉକ୍ତ ସମ୍ବନ୍ଧୀୟ ଅନୁଗୋଳ ଥାନା ପକ୍ଷରୁ ୩୭୮ ନମ୍ୱର କେସରେ ମାମଲା ରୁଜୁ କରାଯାଇ ନିଜେ ଥାନା ଅଧିକାରୀ ଧୀରେଶ କୁମାର ଦାଶ ତଦନ୍ତର ଦାଇତ୍ଵ ନେଇ ତଦନ୍ତ ସମୟରେ ବିଶେଷେ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ଦୁଇଜଣ ଲୁଟେରାଙ୍କୁ ଗିରଫ କରି ତାଙ୍କ ପାଖରୁ ୬ ଗୋଟି ଚୋରା ବାଇକ, ଚାରିଗୋଟି ମୋବାଇଲ ଫୋନ , ୪୮୦ଗ୍ରାମ ର ରୁପା ଅଳଙ୍କାର ୧୨ଗ୍ରାମରୁ ଉର୍ଦ୍ଧ ଓଜନର ସୁନା ଏବଂ ନଗଦ ୨୭୦୦ଟଙ୍କା ଜବତ କରାଯାଇଛି । ଉକ୍ତ ପଦକ୍ଷେପ ଯୋଗୁଁ ଜନସାଧରଙ୍କର ବିଶ୍ବାସ ଅନଗୁଳ ପୁଲିସ ଉପରେ ଆହୁରି ସୁଦୃଢ ହେଇଛି । ଏହି ବିଶ୍ବାସକୁ ବଜାୟ ରଖିବାପାଇଁ ଅନଗୁଳ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ମାନଙ୍କୁ ତାଙ୍କ ଅଞ୍ଚଳରେ ରାତି ସମୟରେ ଯାଞ୍ଚ ଏବଂ ପାଟ୍ରୋଲିଂକୁ କଡାକଡି ଭାବରେ କରିବାପାଇଁ ନିର୍ଦେଶ ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *