ରାଜନୀତି

ବିଜେଡି ପ୍ରାର୍ଥୀ ଚ୍ୟାଉପଟନାୟକ ଙ୍କ ଭୋଟଭିକ୍ଷା

ବ୍ରହ୍ମପୁର: ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରଚାର କାର୍ଯ୍ୟକୁ ଜୋରଦାର୍‌ କରିଛନ୍ତି। ବ୍ରହ୍ମପୁର ସହରରେ ଦଳ ପକ୍ଷରୁ ଆଜି ୱାଡ଼ ନଂ ୩୬,୦୧ ଓ ୦୨ରେ ପ୍ରଚାର କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ୩୬ନଂ ୱାର୍ଡର ବାଗ୍‌ଦେବୀ ମନ୍ଦିର ଠାରୁ କର୍ପୋରେଟର ସୋନାଲି ଗନ୍ତାୟତ ଓ ଦଳର ବରିଷ୍ଠ ନେତା ଭଗବାନ ଗନ୍ତାୟତଙ୍କ ନେତୃତ୍ୱରେ ଉକ୍ତ ୱାର୍ଡ଼ର ପ୍ରତ୍ୟେକ ସାହିକୁ ବୁଲି ପ୍ରଚାର କରାଯାଇଥିଲା। ସଂଧ୍ୟାରେ ୱାର୍ଡ ନଂ ୧ର ପୂର୍ବତନ କର୍ପୋରେଟର ଲକ୍ଷ୍ମୀ ସେଠୀ, ରାଜେଶ୍ବର ବେହେରାଙ୍କ ନେତୃତ୍ୱରେ ସୁକୁଣ୍ଡା ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ଗୋଲାଗାଁ, ବାଉରି ସୁକୁଣ୍ଡା ସାହି, ହରିଡ଼ାଖଣ୍ଡିର ସମସ୍ତ ସାହି ଗଳିକନ୍ଦି ବୁଲି ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଥିଲେ। ଶେଷରେ ୱାର୍ଡ ନଂ ୨ର କର୍ପୋ‌ରେଟର ଏନ୍. ଆପାରାଓ, ପୂର୍ବତନ କର୍ପୋରେଟର ଏନ୍. ଟେଟେଶ୍ବରୀଙ୍କ ନେତୃତ୍ୱରେ ଚ୍ୟାଉବାବୁ ଲକ୍ଷ୍ମୀ ନୃସିଂହ ସାହିରୁ ବାହାରି ସମଗ୍ର ୱାର୍ଡ଼ ବୁଲି ଲୋକଙ୍କ ସହଯୋଗ କାମନା କରିଥିଲେ। ପ୍ରଚାର କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଭୀମସେନ ଦଳେଇ, ବିଜୟ ସାମଲ, ଲୋପାମୁଦ୍ରା ବକ୍ସିପାତ୍ର, ଅଜିତ ପଣ୍ଡା, ମୁକୁନ୍ଦ ଗୌଡ଼, ଏମ୍. ସୁଜାତା ପାତ୍ର, ମନୋଜ ମହାପାତ୍ର, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ରାଜେନ୍ଦ୍ର ଦାସ, ପୂର୍ବତନ ମେୟର କେ. ମାଧବୀଙ୍କ ସମେତ ବହୁ କର୍ପୋରେଟର ଓ ଯୁବ, ମହିଳା, ଛାତ୍ରସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *