ଦେଶ- ବିଦେଶ

ଖେଳୁଥିଲେ ହୋଲି, ଉପରୁ ପଡ଼ିଲା  ତୋପ ଗୋଳା, ୩ ମୃତ

ଗୟା: ବିହାରର ଗୟା ଜିଲ୍ଲାରେ ଏକ ସାମରିକ ଅଭ୍ୟାସ ବେଳେ ତୋପ ମାଡ଼ରେ ଘଟଣାସ୍ଥଳରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ ଗାଁର ସମସ୍ତେ ହୋଲି ଖେଳୁଥିଲେ। ଆହତମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ସିଟି ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି । ଫାୟାରିଂ ରେଞ୍ଜ ବାହାରେ କେମିତି ତୋପ ସେଲ ଖସିଲା ସେ ନେଇ ପୁଲିସ ସମସ୍ତ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଗୟା ଜିଲ୍ଲା ବଡ଼ଚଟି ଥାନା ଅନ୍ତର୍ଗତ ଗୌରବେଦା ଗାଁର ଏହି ଘଟଣା ଘଟିଛି । ଏଠାରେ ହୋଲି ଦିନ ଗାଁରେ ଶୋକର ଛାୟା ଖେଳିଯାଇଛି। ଗୟା ଏସପି ଆଶିଷ ଭାରତୀ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଗୋଲରବେଦ ଗ୍ରାମର ଗୋଟିଏ ପରିବାରର ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଚିକିତ୍ସା ପାଇଁ ଗୟା ସହରର ଅନୁଗ୍ରହ ନାରାୟଣ ମଗଧ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୃତକମାନେ ହେଲେ ଗୋଲା ମାଝୀଙ୍କ ଜ୍ୱାଇଁ ଗୋବିନ୍ଦ ମାଝୀ, ସୁରଜ କୁମାର ଓ କାଞ୍ଚନ କୁମାରୀ। ଆହତମାନେ ହେଲେ ଗୀତା କୁମାରୀ, ରାଶୋ ଦେବୀ, ପିଣ୍ଟୁ ମାଝୀ ।

Leave a Reply

Your email address will not be published. Required fields are marked *