ବାଣିଜ୍ୟ

ବିମାନ କର୍ମଚାରୀଙ୍କ “ଗଣ ଅସୁସ୍ଥତା ଛୁଟି” ହେତୁ ୭୦ରୁ ଅଧିକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବାତିଲ୍‌

ନୂଆଦିଲ୍ଲୀ: ବିମାନବନ୍ଦର ବରିଷ୍ଠ କ୍ରୁ ସଦସ୍ୟମାନେ “ଗଣ ଅସୁସ୍ଥତା ଛୁଟି”ରେ ଯିବା ପରେ ୭୦ରୁ ଅଧିକ ଆନ୍ତର୍ଜାତୀୟ ତଥା ଘରୋଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବାତିଲ କରିଦିଆଯାଇଛି। ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି। ଏହି ବିମାନ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାତିଲ ହୋଇଥିବା ସୂଚନା ରହିଛି।ସୂତ୍ରରୁ ପ୍ରକାଶ ଯେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏ ସମ୍ପର୍କରେ ତାଙ୍କର ଦୃଷ୍ଟି ରଖିଛନ୍ତି। ଏକ ବିବୃତ୍ତିରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି, “ଆମର କ୍ୟାବିନ କ୍ରୁଙ୍କର ଏକ ବିଭାଗ ଗତ ରାତିର ଶେଷ ମୁହୂର୍ତ୍ତରେ ଅଚାନକ ଅସୁସ୍ଥ ଥିବା ରିପୋର୍ଟ ମିଳିଛି, ଯାହାଫଳରେ ବିମାନ ଚଳାଚଳକୁ ବିଳମ୍ବ ଏବଂ ବାତିଲ କରାଯାଇଛି।

ଏହି ଘଟଣାଗୁଡ଼ିକର କାରଣ ବୁଝିବା ପାଇଁ ଆମେ କ୍ରୁଙ୍କ ସହ ଯୋଡ଼ି ହୋଇ ରହିଛୁ। ଆମର ଟିମ୍‌ ଏହି ସମସ୍ୟାକୁ ସମାଧାନ କରିବାରେ ଲାଗିପଡ଼ିଛନ୍ତି। ଯାହା ଫଳରେ ଆମେ ଯାତ୍ରୀମାନଙ୍କ ସମସ୍ୟାକୁ କମ୍‌ କରିପାରିବୁ।’’

“ଏହି ଅପ୍ରତ୍ୟାଶିତ ବ୍ୟାଘାତ ପାଇଁ ଆମେ ଆମର ଅତିଥିମାନଙ୍କୁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛୁ। ଏହାଛଡ଼ା ନିଶ୍ଚିତ କରୁଛୁ ଯେ ଏହି ସେବା ଖୁବ୍ ଶୀଘ୍ର ପ୍ରଦାନ କରାଯିବ’’ ବୋଲି ବିବୃତ୍ତିରେ କୁହାଯାଇଛି।

ମୁଖପାତ୍ର ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଉଡ଼ାଣ ଭରିବାକୁ ଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରକୁ ଯିବା ପୂର୍ବରୁ ସେମାନେ ପ୍ରଭାବିତ ହୋଇଛନ୍ତି କି ନାହିଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *