ମୁଖ୍ୟ ଖବର

ଛତିଶଗଡ଼ରେ ପୁଣି ବଡ଼ଧରଣର ଏନ୍‌କାଉଣ୍ଟର: ୮ ମାଓବାଦୀ ନିପାତ ସୂଚନା

ମାଲକାନଗିରି: ଛତିଶଗଡ଼ରେ ପୁଣି ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ବଡ଼ଧରଣର ଏନ୍‌କାଉଣ୍ଟର କରିଛନ୍ତି। ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ପିଡ଼ିଆ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଗାଙ୍ଗାଲୁର ଥାନା ପିଡିଆ ଜଂଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷାକର୍ମୀମାନଙ୍କୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସୁକୁମା, ବିଜାପୁର ଓ ଦାନ୍ତେଓ୍ବାଡା ଜିଲ୍ଲାର ପୁଲିସକୁ ନେଇ ଡିଆରଜି, ଏସଟିଏଫ, କୋବ୍ରା, ସିଆରପିଏଫ୍ ର ୧୨୦୦ ଯବାନ ଉକ୍ତ ଜଙ୍ଗଲରେ ପହଞ୍ଚି ଥିଲେ। ବ୍ୟାପକ ପରିମାଣର ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ ମଧ୍ୟ ସଫଳ ହୋଇ ନଥିଲେ। ବରଂ ଯବାନଙ୍କ ଗୁଳିରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁ ଅତ୍ୟାଧୁନିକ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି। ଦୀର୍ଘ ୧୧ ଘଣ୍ଟା ଧରି ଏନକାଉଣ୍ଟର ଜାରି ରହିଛି।

ସୂଚନାଯୋଗ୍ୟ, ଗତମାସ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା କରିଥିବା ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ସୁରକ୍ଷା ବାହିନୀ। ଏନ୍‌କାଉଣ୍ଟରରେ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ଅନ୍ତର୍ଗତ ହାପା‌ଟୋଲା ଜଙ୍ଗଲରେ ୨୯ ମାଓବାଦୀ ପ୍ରାଣ ହରାଇଥିଲେ। ନିହତମାନଙ୍କ ମଧ୍ୟରେ ଥିଲା ଟପ୍‌ କମାଣ୍ଡର ଶଙ୍କର ରାଓ।

Leave a Reply

Your email address will not be published. Required fields are marked *