ମୁଖ୍ୟ ଖବର

ମହାନଦୀ ଓ ଲୁଣାରେ ବୁଡ଼ିଗଲେ ୩ ଯୁବକ: ମିଳିଲା ଜଣଙ୍କ ମୃତଦେହ

କଟକ: ସମଗ୍ର ରାଜ୍ୟ ଭଳି କଟକ ଜିଲ୍ଲାରେ ମଧ୍ୟ ଆଜି ଧୁମଧାମରେ ହୋଲି ଖେଳାଯାଇଛି। ହୋଲି ପରେ ଦେହରେ ରଂଗ ଛଡ଼ାଇବା ପାଇଁ ମହାନଦୀ ଓ ଲୁଣାନଦୀରେ ଗାଧୋଇବା ସମୟରେ ୩ ଜଣ ଯୁବକ ବୁଡ଼ି ଯାଇଛନ୍ତି। ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ତେବେ ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରିପାରିଥିଲା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ଜଣେ ନିଖୋଜ ଅଛନ୍ତି।

ସୂଚନା ଅନୁସାରେ ହୋଲି ଖେଳି ସାରି ବୁହାଳ ଗାଁର ରାଜକୁମାର ସେନାପତି ଅନ୍ୟମାନଙ୍କ ସହିତ ନିଶ୍ଚିନ୍ତକୋଇଲିର ନାଗାମଠ ନିକଟ ଦେଇ ପ୍ରବାହିତ ଲୁଣାନଦୀରେ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କୁ ଜଳର ସ୍ରୋତ ଭସାଇ ନେଇଥିଲା। ଅନ୍ୟମାନେ ଅଗ୍ନିଶମ ବିଭାଗକୁ ନିଖୋଜ ଯୁବକ ସଂପର୍କରେ ସୂଚନା ଦେଇଥିଲେ। ବିଳମ୍ବିତ ସନ୍ଧ୍ୟାରେ ରାଜକୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି।

ସେହିପରି କଟକ ଜିଲ୍ଲାର ଚୌଦ୍ବାର ନିକଟ ନୂଆପାଟଣା ଘାଟକୁ ଗ୍ରାମର ସଂଜୟ ପରିଡ଼ା ଓ ତାଙ୍କର ସାଙ୍ଗ ଆଜି ଅପରାହ୍‌ଣରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନ ଯୋଗୁଁ ସଂଜୟ ନିଖୋଜ ହୋଇଯାଇଥିଲେ। ତାଙ୍କର ସାଙ୍ଗଙ୍କୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଖୋଜାଖୋଜି କରି ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *