ମହାନଗର

ହଜଯାତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା


ଭୁବନେଶ୍ୱର /ପିପିଲି :ପୁରୀ ଜିଲ୍ଲା ପିପିଲି ଅଂଚଳର ବିଶିଷ୍ଟ ସମାଜସେବୀ ମହମ୍ମଦ ସବିର ଏବଂ ତାଙ୍କ ଧର୍ମପତ୍ନୀ ରସିଦା ବେଗମ ଉଭୟ ଚଳିତବର୍ଷର ହଜ ଯାତ୍ରାରେ ସାମିଲ ହୋଇ ମକ୍କା-ମଦ୍ଦିନା ଯାତ୍ରା କରୁଛନ୍ତି। ଏହି ଅବସରରେ ତାଙ୍କର ବନ୍ଧୁ, ପରିଜନ ଏବଂ ଶୁଭେଛୁମାନେ ନରସିଂହପୁରସ୍ଥିତ ତାଙ୍କ ବାସଭବନରେ ପହଂଚି ଉଭୟ ଦମ୍ପତିଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦେବା ସହ ଯାତ୍ରାର ମଙ୍ଗଳ କାମନା କରି ବିଦାୟ ଦେଇଥିଲେ। ବିଦାୟ ସମୟରେ ସେଠାରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।ତାଙ୍କ ଭାଇ ହାଜି ଜବାର ଖାନ ମକ୍କା-ମଦ୍ଦିନା ଯାତ୍ରାର ନିୟମ,ନିଷ୍ଠା, ସେଠିକାର ଚଳଣି ବିଷୟରେ ସବିଶେଷ ବୁଝାଇଥିଲେ।ଏହାପରେ ଉଭୟ ଦମ୍ପତି ସବିରଙ୍କ ପୈତୃକ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଭାକରସାହି ଠାରେ ପହଂଚି ତାଙ୍କ ବନ୍ଧୁ ପରିଜନଙ୍କୁ ସାକ୍ଷାତ କରିବା ସହ ବରିଷ୍ଠ ମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ପୂର୍ବତନ ବିଧାୟକ ତଥା ବାଲିପାଟଣା-ବାଲିଅନ୍ତା କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାଗରିଆ ଭାକରସାହି ମସଜିଦରେ ପହଂଚି ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଯାତ୍ରାର ମଙ୍ଗଳ କାମନା କରିଥିଲେ। ଏହାପରେ ତାଙ୍କର ବନ୍ଧୁ ପରିଜନ ଏବଂ ଶୁଭେଛୁମାନେ ଭୁବନେଶ୍ୱର ରେଳ ଷ୍ଟେସନ ପର୍ଯ୍ୟନ୍ତ ଆସି ଭାବପୂର୍ଣ୍ଣ ବିଦାୟ ଦେଇଥିଲେ।

Leave a Reply

Your email address will not be published. Required fields are marked *