ସାହିତ୍ୟ

ରାଜ୍ୟସ୍ତରୀୟ ଆକାଶୀୟ କବିତା ଆସର

ଭୁବନେଶ୍ୱର : ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ରବିବାର ସନ୍ଧ୍ୟାରେ ବିଶ୍ବ ମାତୃ ଦିବସ ଉପଲକ୍ଷେ ମାସିକ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ଆସରରେ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ,
ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ଏବଂ ରୀତା ଅପରାଜିତା ମହାନ୍ତିଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନଲକ୍ଷ୍ମୀ ମହାନ୍ତି ଓମକାର ଧ୍ବନି ସହ କାର୍ଯ୍ୟକ୍ରମ ଅୟମାରମ୍ଭ କରିଥିବା ବେଳେ ପ୍ରଣତି ମହାପାତ୍ର ସମସ୍ତଙ୍କୁ ଭକ୍ତିଭରା ଭଜନରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।ସଭାପତି ଦେବେନ୍ଦ୍ର କୁମାର ନାଏକ ସଭାପତିତ୍ୱ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ମୁଖ୍ୟ ବକ୍ତା ସୁବକ୍ତା ତଥା ଉପେନ୍ଦ୍ର ନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପିକା ବିଦୂଷୀ ସଂଯୁକ୍ତା ରାଉତ ନିଜ ବକ୍ତବ୍ୟରେ କହିଥିଲେ ଯେ ନାରୀ ସଶକ୍ତିକରଣର ମୂଳ ହେଉଛି ସୁଶିକ୍ଷା,ଆତ୍ମିକ ଉନ୍ନତି ଏବଂ ମାତୃତ୍ବର ଅଭିବୃଦ୍ଧି । ଉପଯୁକ୍ତ ନାଗରିକ ତିଆରି କରିବା ସହ ପୁରୁଷ ବନ୍ଦନୀୟ,ପୂଜ୍ୟ ।ସେମାନଙ୍କୁ ସମ୍ମାନ ଜଣାଇବା ପ୍ରଥମ କର୍ତ୍ତବ୍ୟ, କାରଣ ଜଣେ ମହିଳା ସଶକ୍ତିକରଣ ମୂଳରେ ଜଣେ ପୁରୁଷର ପ୍ରତ୍ୟକ୍ଷ ହାତ ରହିଥାଏ ।ମୂଳ ଭିତ୍ତିଭୂମି ଗୃହାଙ୍ଗନ ଏବଂ ସୁସଙ୍ଗଠିତ ପରିବାର । ମୁଖ୍ୟ ଅତିଥି ପ୍ରଫେସର ମୀରା ବେଉରା ମହୋଦୟା ଉପସ୍ଥିତ ରହି ନାରୀ ସଶକ୍ତିକରଣ ଉପରେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ତାଙ୍କ ମତରେ ନାରୀ ହେଉଛି ନାରୀ ଓ ପୁରୁଷ ପକ୍ଷୀର ଦୁଇ ଡେଣା ପରି,ଗାନ୍ଧୀଙ୍କ ଭାଷାରେ ଶଗଡ଼ର ଦୁଇ ଚକ ପରି ଏ ସମାଜରେ ନାରୀ ଓ ପୁରୁଷ । ସର୍ବଦା ଜ୍ଞାନ ରତ ଭାରତ ବର୍ଷରେ ଆମେ ସୁସଂସ୍କାରିତ ହୋଇ ଉତ୍ତମ ସନ୍ତାନଟିଏ ଗଢିଲେ ଏ ସମାଜରେ ମହିଳା ମାନେ ସଶକ୍ତିକରଣ ହୋଇ ପାରିବେ । ଗ୍ରୀକ୍ ବୀର ଆଲେକଜାଣ୍ଡାରଙ୍କ ପାଖରୁ ଆରମ୍ଭ କରି ବିବେକାନନ୍ଦ, ପୁରୁଙ୍କ ପର୍ଯ୍ୟନ୍ତ ଉଦାହରଣ ମାଧ୍ୟମରେ ବିଭିନ୍ନ କଥା ରଖି ମହିଳା ସଶକ୍ତିକରଣ ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ ।ପରେ ପରେ ରୀତା ଅପରାଜିତା ମହାନ୍ତିଙ୍କ ସଂଯୋଜନାରେ ବାସନ୍ତୀଲତା ଜେନା,ଗୀତା ଦାସ,ସରୋଜିନୀ ପତି,ବିଦ୍ୟୁତପ୍ରଭା ମିଶ୍ର, ହେମନ୍ତ କୁମାର ସାହୁ, ରାଜେଶ୍ବରୀ ନନ୍ଦ,ଅର୍ଜୁନ କୁମାର ସାମଲ,ବିନୋଦିନୀ ଦାଶ,ଅରୁଣ କୁମାର ମହାପାତ୍ର,ପ୍ରଶାନ୍ତ କୁମାର ରାଉଳ, ପ୍ରଣତି ମହାପାତ୍ର,ରୀତା ଅପରାଜିତା ମହାନ୍ତି,ଚନ୍ଦ୍ରକଳା ଦେବୀ,ବନଲକ୍ଷ୍ମୀ ମହାନ୍ତି ,ବିଷ୍ଣୁପ୍ରିୟା ପଣ୍ଡା, ସୁରେନ୍ଦ୍ର ନାଥ ଖଣ୍ଡୁଆଳ,ରେଖା ଭୋଇ, ସ୍ନେହ ମିଶ୍ର, ଅନୁସୟା ସାହୁ,ସାଇକୁମାର,ସୂର୍ଯ୍ୟ କୁମାର ପାଣିଗ୍ରାହୀ,ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ କବି ମାନେ କବିତା ଆସରରେ ନିଆରା କବିତା ପାଠ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶେଷରେ ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇ ଏହି ଆକାଶୀୟ କାର୍ଯ୍ୟକ୍ରମ ବିରତି ଘୋଷଣା କରିଥିଲେ । ପୁନର୍ବାର ଆସନ୍ତା ବୁଧବାର ଶ୍ରୀମଦ୍ଭାଗବତମହାପୁରାଣ ଆକାଶୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବତ୍ ରସ ପାନ କରିବାକୁ ସମ୍ପାଦିକା ପ୍ରଣତି ମହାପାତ୍ର ସଭକ୍ତିକ ନିମନ୍ତ୍ରଣ କରି ସଭାସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *