ରାଜ୍ୟ

ନକ୍ସଲ ପ୍ରଭାବିତ ଅଞ୍ଚଳରେ ୭୦ ପ୍ରତିଶତ ମତଦାନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ନକ୍ସଲ ପ୍ରଭାବିତ ବିଧାନସଭା ଆସନରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଶେଷ ହୋଇଛି। ମୋଟ୍‌ ୭୦ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ଥର ପାଇଁ ନକ୍ସଲ ଏହି ନିର୍ବାଚନରେ ହିଂସା ଘଟାଇ ପାରିନଥିଲେ। ମାଓପ୍ରବଣ ଅଞ୍ଚଳ ସୁନାବେଡ଼ା, ସୋସେଙ୍ଗ, ଗାତିବେଡ଼ା, ଜାମଗାଁ, ଦେଓସିଲ ବୁଥରେ ନିର୍ବାଚନ ପାଇଁ ସିଆରପିଏଫ, ଆଟିବିପି, ଆଇଆରବି, ଏସଓଜି, ଜିଲ୍ଲାପାଳ ସହ ୫ ହଜାର ଫୋର୍ସ ସୁରକ୍ଷା ବ୍ୟବସ୍ଥାକୁ ଦେଖି ମୁତୟନ କରାଯାଇଥିଲା।ମାଓପ୍ରବଣ ଅଞ୍ଚଳରେ ସକାଳ ୭ଟାରୁ ଆରମ୍ଭ ହୋଇ ୪ଟା ପାର୍ଯ୍ୟନ୍ତ ଚାଲିଥିବା ବେଲେ ଜାମଗାଁ ଓ ଦେଓସିଲ ବୁଥରେ ପୋଲିଂ କର୍ମଚାରୀମାନେ ବାୟୁସେନା ହେଲିକେପ୍ଟରରେ ଇଭିଏମ ଧରି ନୂଆପଡ଼ାରେ ପହଞ୍ଚିଥିବା ବେଳେ ସୁନାବେଡ଼ା, ସୋସେଙ୍ଗ ଓ ଗାତିବେଡ଼ା ବୁଥରେ ଭୋଟ ଗ୍ରହଣ ସନ୍ଧ୍ୟା ହେବାରୁ ସୁରକ୍ଷା ବ୍ୟବସ୍ଥାକୁ ଦେଖି ବାୟୁସେନା ହେଲିକେପ୍ଟର ଫେରିଆସିଥିଲା। ଏହି ୩ଟି ବୁଥର ପୋଲିଂ କର୍ମଚାରୀମାନେ ରାତି ୭ଟାରେ ଯବାନମାନଙ୍କୁ ସୁରକ୍ଷାରେ ରୋଡ଼ ଦେଇ ଆସୁଥିବା ଇଭିଏମକୁ ଅଣାଯାଇଥିଲା। ମାଓପ୍ରବଣ ଅଞ୍ଚରେ ମାଓବାଦୀମାନେ କୌଣସି ଅଘଟଣ ଘଟାଇନଥିଲେ। ହେଲେ ୩ଟି ବୁଥର ପୋଲିଂ କର୍ମଚାରୀମାନଙ୍କୁ ସୁରକ୍ଷାବଳରେ ନୂଆପଡ଼ାକୁ ଅଣାଯାଉଛି ବୋଲି ନୂଆପଡ଼ା ଏସିପି ଜିଆର ରାଘେବେନ୍ଦ୍ର ସୂଚନା ଦେଇଥିଲେ। ସକାଳୁ ମାଓବାଦୀ ପ୍ରବଣ ବୁଥରେ ଭୋଟଦାନା କେନ୍ଦ୍ରଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୁନାବେଡ଼ାରେ ୧୦୧୫, ଗାତିବେଡ଼ାରେ ୯୧୦, ସୋସେଙ୍ଗରେ ୭୧୩, ଜାମାଗଁରେ ୩୪୪, ଦେଓସିଲ ବୁଥରେ ୪୧୨ ଭୋଟର ମତଦାନ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *