ଅପରାଧ

ହୋଲି: ଦୁର୍ଘଟଣାରେ ୨ ମୃତ

ଭୁବନେଶ୍ବର: ରଙ୍ଗର ପର୍ବରେ ହୋଲିରେ ଅଘଟଣ ଘଟିଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଭିନ୍ନଭିନ୍ନ ସ୍ଥାନରେ ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଜରିପାଟାଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିିଆରପି ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି।ଚଳିତବର୍ଷ ହୋଲିରେ ନିଶାଗ୍ରସ୍ତ ହୋଇ ଅନେକ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ଚିଲିପୋଖରୀ ଶିବନଗରରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ହୋଲିରେ ରଙ୍ଗ ଖେଳ ସାରି ଯୁବକମାନେ ସାଙ୍ଗ ହୋଇ ଭୋଜି ଖାଉଥିବା ବେଳେ ହଠାତ ୩ଜଣ ଆକ୍ରମଣ କରିଥିଲେ। କଟୁରୀ ଭଳି ମାରଣାସ୍ତ୍ରରେ ମୁଣ୍ଡକୁ ହାଣିବା ସହ ନିକଟ କେନାଲରେ ବୁଡେଇ ମାରିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତ ତପୁ, ସିପୁ, ଭିକିଙ୍କ ନାଁରେ ଏନେଇ ବଡଗଡ଼ ଥାନାରେ ଅଭିଯୋଗ ହୋଇଛି। ରକ୍ତାକ୍ତ ଅବସ୍ଥାରେ ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣ ଗୁରୁତର ଅଛନ୍ତି।

One thought on “ହୋଲି: ଦୁର୍ଘଟଣାରେ ୨ ମୃତ

  • Bima Chronicle

    ମୁଁ ଯାହା ଭାବୁଥିଲି ,ଦେୟ ଆପଣ ଙ୍କ କାଗଜ ପୃଷ୍ଠା ମଣ୍ଡନ କରିଛି ।ଆଗରୁ ପ୍ରକାଶ କରିବା , ଜ୍ୟୋତିଷ ଭାବରେ ଗଣ। ଯିବାକୁ ଚାହିନି।ବୁଡି ମାରିବା ଆଶଙ୍କା ଥିଲା ୪/୫ ଓଡ଼ିଶାରେ ।ଦୁର୍ଘଟଣା ୩/୫ ରାଜ୍ୟରେ ହେବ। ଜଣାପଡ଼ିବ ଆଗାମୀଦିନରେ ।
    ଶଙ୍ଖ ଧ୍ଵନୀ ରାସ୍ତା ସୁରକ୍ଷା ସମିତି ଆକଳନ

    Reply

Leave a Reply

Your email address will not be published. Required fields are marked *