ମୁଖ୍ୟ ଖବର

ପୋଷ୍ଟର ମାରିବାକୁ ନେଇ  ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ମୃତ, ୭ ଆହତ

ଖଲ୍ଲିକୋଟ: ନିର୍ବାଚନ ପାଇଁ ସରଗରମ ରହିଛି ବିଭିନ୍ନ ରାଜନୈତିକ ମାହୋଲ । ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ । ଏଥିମଧ୍ୟରେ ଖଲ୍ଲିକୋଟରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ପୋଷ୍ଟର ମାରିବାକୁ ନେଇ  ଦୁଇ ଗୋଷ୍ଠୀ ମୁହାଁମୁହିଁ । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହଣି ଭଳି ଘଟଣା ଦେଖିବାକୁ ମିଳିଥିଲା । ଉଭୟ ପକ୍ଷର ୮ ଜଣ ଆହତ ଏବଂ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଖଲ୍ଲିକୋଟର ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତରେ ପୋଷ୍ଟର, ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ୨୦ରୁ ଅଧିକ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ଘରୁ ଡାକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଚାରିଜଣ ଆହତ ହୋଇଥିଲେ।

ତେବେ ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଖଲ୍ଲିକୋଟରେ ତୀବ୍ର ଉତେଜନା ସୃଷ୍ଟି ହୋଇଛି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ତେବେ ସେ ନ ଶୁଣିବାରୁ ଗଞ୍ଜାମ ଏସପିଙ୍କୁ ଭିଡିଓ କଲ କରି ଅଭିଯୋଗ କରିଥିବା ସୂଚନା ମିଳିଛି । ଏହାପରେ ଉତ୍ୟନ୍ତ ଲୋକେ ଥାନା ଘେରାଉ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *