ରାଜନୀତି

ବିଜେପି ଛାଡ଼ିଲେ ରମାରଞ୍ଜନ

ସତ୍ୟବାଦୀ: ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି।ଟିକେଟ ନ ମିଳିବା ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ତାଙ୍କ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଲୋକଙ୍କୁ ଅଣଦେଖା କରିଛି।ଏହା ମୋର ବ୍ୟକ୍ତିଗତ ଅଭିଯାଗ ନୁହେଁ ସମସ୍ତ ଜନସାଧାରଣଙ୍କ ଅସନ୍ତୋଷ। କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ମୋ ଅଭିଯୋଗକୁ ଅଣଦେଖା କରିଥିବା ରମାରଞ୍ଜନ କହିଛନ୍ତି।

Leave a Reply

Your email address will not be published. Required fields are marked *