ମୁଖ୍ୟ ଖବର

ଭଲ କି ?’ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶେଷ


ଅନୁଗୋଳ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ଆସି ଅନୁଗୋଳ ଷ୍ଟାଡିୟମ ପଡିଆରେ ଉଦବୋଧନ ଦେଇଥିଲେ। ଏହି ନିର୍ବାଚନ ସଭାରେ ଭି କେ ପାଣ୍ଡିଆନଙ୍କ ସହିତ ଢ଼େଙ୍କାନାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅବିନାଶ ସାମଲଙ୍କ ସମେତ ଅନୁଗୋଳର ବିଧାୟକ ପ୍ରାର୍ଥୀନୀ ସଂଯୁକ୍ତା ସିଂହ ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ଏବଂ ପାଳଲହଡ଼ାର ବିଧାୟକ ପ୍ରାର୍ଥୀ ମୁକେଶ ପାଳ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ବିଏସକେଓ୍ବାଇ କାର୍ଡ ଭଲ କି! ମମତା ଯୋଜନା ଭଲ କି! ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି! କାଳିଆ ଯୋଜନା ଭଲ କି! ମଧୁବାବୁ ପେନସନ ଯୋଜନା ଭଲ କି! ନବୀନ ପଟ୍ଟନାୟକ ଭଲ କି! ବୋଲି ପଚାରିଥିଲେ। ଏହାର ଉତ୍ତରରେ ସମସ୍ତେ ହଁ କହିଥିଲେ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ କହିଥିଲେ, ଆପଣମାନେ ଖୁସି ତ! ଏହାର ଉତ୍ତରରେ ଉପସ୍ଥିତ ଜନସାଧାରଣ ହଁ କହିବା ସହିତ ଜୟ ଜଗନ୍ନାଥ ଧ୍ବନୀ ଦେଇ ନବୀନ ପଟ୍ଟନାୟକ ଜିନ୍ଦାବାଦ କହିଥିଲେ। ମୁଖ୍ଯମନ୍ତ୍ରୀ ଆହୁରି କହିଥିଲେ, ବିରୋଧି ଦଳ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଶଙ୍ଖ ଚିହ୍ନକୁ ଭୋଟ ଦିଅ। ଉପସ୍ଥିତ ଜନସାଧାରଣ ଜୟ ଜଗନ୍ନାଥ କହିବା ସହିତ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀ ଦେଇଥିଲେ। ଏହି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଭି କେ ପାଣ୍ଡିଆନ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ଶପଥଗ୍ରହଣ କରିବା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ ଏବଂ ସମସ୍ତଙ୍କ ପାଇଁ ବିଏସକେଓ୍ବାଇ କାର୍ଡ କରିବା ସହିତ ସରକାରୀ ଚାକିରୀରେ ଥିବା ଅଙ୍ଗନଓ୍ବାଡି ସମସ୍ତ ଆଶା କର୍ମୀଙ୍କର ମଧ୍ଯ ବିଏସକେଓ୍ବାଇ କାର୍ଡ ବନାଇବ। ଭି କେ ପାଣ୍ଡିଆନ୍ କେନ୍ଦ୍ରରେ ବିଜେପି ସରକାର ଉପରେ ଆରୋପ ଲଗାଇବା ସହିତ ତେଲ ଦର କମିଲା କି? ଏଲପିଜି ସିଲିଣ୍ଡର ଦର କମିଲା କି ବୋଲି ପ୍ରଶ୍ନ କରିଥିଲେ। ଏଥର ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ, କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କେ ପାଣ୍ଡିଆନଙ୍କ ଉଦବୋଧନ ପରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନିର୍ବାଚନ ପ୍ରଚାର ସଭାରେ ୧୫ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଏବଂ ଆଠମଲ୍ଲିକକୁ ମୁଖ୍ୟମନ୍ତ୍ରୀ ଆସିଥିଲେ। ସେଠାରେ ମଧ୍ୟ ସେହି ସମାନ ଭାଷଣ ଭଲ କି? କହି ଭାଷଣ ସାରି ଦେଇଥିଲେ। ତେଣୁ ଆଉ କିଛି ଅଧିକ କଥା ମୁଖ୍ୟମନ୍ତ୍ରୀ କହୁ ନଥିବାରୁ ଗୋଟିଏ କଥା ଘୋଷି ଦେଇଥିବା ଲୋକମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *