Uncategorized

ଜୟଦେବରେ ବିଜେପି ପ୍ରାର୍ଥୀଙ୍କୁ ମିଳୁଛି ବିପୁଳ ସମର୍ଥନ

ଭୁବନେଶ୍ୱର : ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଅନ୍ୟତମ ପ୍ରମୁଖ ବିଧାନସଭା ଆସନ ହେଲା ରାଜଧାନୀ ଉପକଣ୍ଠ ଜୟଦେବ।ମେ’ ୨୫ ତାରିଖରେ ଏଠାରେ ନିର୍ବାଚନ ହେବାକୁ ଯାଉଛି।ଏବେ ପ୍ରଚାରରେସମଗ୍ର ନିର୍ବାଚନ ମଣ୍ଡଳୀ ପ୍ରକମ୍ପିତ ହେଉଛି । ତେବେ ଏଠିକାର ଭୋଟର ଖୁବ୍ ସଚେତନ ।ଏଠି ଅଞ୍ଚଳର ବିକାଶ ପାଲଟିଛି ମୁଖ୍ଯ ମୁଦ୍ଦା । ବିଜେଡିର ଗଡ଼ ରହି ଆସିଥିବା ଏହି ଆସନରେ ଗତ ନିର୍ବାଚନରେ ଡ଼.ଅରବିନ୍ଦ ଢାଲି ବିଜୟୀ ହୋଇ ବିଧାୟକ ହୋଇଥିଲେ ।ଚଳିତ ନିର୍ବାଚନରେ କିନ୍ତୁ ଚିତ୍ର ଅଲଗା।ବିଜେଡି ଛାଡି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଡ. ଢ଼ାଲି । ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ପକ୍ଷରୁ ଏଠି ଅନେକ ବିକାଶ କାର୍ଯ୍ଯ ହୋଇଛି । ଏଥିପାଇଁ ଚଳିତ ନିର୍ବାଚନରେ ଡ଼ଃ. ଢ଼ାଲିଙ୍କୁ ମିଳୁଛି ବିପୁଳ ସମର୍ଥନ । ତେବେ ବିଭିନ୍ନ ଦଳର ଇସ୍ତାହାର ଧୂଆଁବାଣ ଏଠାରେ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରି ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।୩ ଦଳ ପକ୍ଷରୁ ଏଠାରେ ପ୍ରଚାର ଜୋରଦାର କରାଯାଇଥିବା ବେଳେ ୨୫ ତାରିଖକୁ ରହିଛି ଲୋକଙ୍କ ଅପେକ୍ଷା । ବିକାଶ ପାଇଁ ସମସ୍ତଙ୍କ ହୃଦୟରେ ମୋଦୀଙ୍କ ପ୍ରତି ରହିଛି ଶ୍ରଦ୍ଧା ଓ ବିଶ୍ବାସ । ଏଠାକାର ଭୋଟର ବେଶ ସଚେତନ ଥିବାରୁ ଚଳିବବର୍ଷ ମଧ୍ଯ ନିଜର ପଦଵୀ ରକ୍ଷା କରିବାରେ ଡ଼ଃ ଢ଼ାଲି ସକ୍ଷମ ହେବ ବୋଲି ଭୋଟର ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *