Uncategorized

ପାଇବାପାଣି ପାଇଁ ରାସ୍ତାରୋକ


ନୀଳଗିରି -ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ। ଏ.ସି ରେ ସୋଇଛି ପ୍ରଶାସନ। ଗ୍ରୀଷ୍ମର ପ୍ରଭାବରେ ଜଳକଷ୍ଟକୁ ଅଙ୍ଗେ ଅଙ୍ଗେ ଅନୁଭବ କରୁଛି ସାଧାରଣ ମନୁଷ୍ୟଟି। ଏଭଳି ପରିସ୍ଥିତିରେ ନୀଳଗିରି ଅଞ୍ଚଳର ଅଧିକାଂଶ ସ୍ଥାନରେ ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ପ୍ରଶାସନର ନିଘା ନଥିବା ବେଳେ ଆଜି ନୀଳଗିରି ଝରଣାଘାଟି ୧୯ନଂ ରାଜ୍ୟ ରାଜପଥ ଗରଡି ପଞ୍ଚାୟତ କଳାକାଦ ଛକ ଠାରେ ସ୍ଥାନୀୟ ମହିଳା ଗରା, ବାଲଟି, ହଣ୍ଡା ଧରି ରାସ୍ତାରୋକ କରିଥିଲେ। ବସୁଧା ଯୋଜନାରେ ପାଣି ଆସୁନଥିବା ବେଳେ ସମସ୍ତ ନଳକୂପ ମଧ୍ୟ ଅଚଳ ହୋଇ ପଡ଼ିରହିଛି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ନହେବାରୁ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଫଳରେ ରାସ୍ତାର ଉଭୟପାର୍ଶ୍ବରେ ବହୁସଂଖ୍ୟକ ଯାତ୍ରୀବାହୀ ବସ, ଟ୍ରକ୍ ଓ ଅନ୍ୟାନ୍ୟ ଛୋଟବଡ ଗାଡ଼ି ଅଟକି ରହିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଖବରପାଇ ବରହମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ବିଭାଗୀୟ ଅଧିକାରୀ ପହଞ୍ଚି ଟେଙ୍କର ଯୋଗେ ପାଣି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ପରେ ରାସ୍ତାରୋକ୍ ହଟିଥିଲା।

Leave a Reply

Your email address will not be published. Required fields are marked *