ମହାନଗର

ସର୍ଭରତୀୟ ସ୍ତରରେ ଓଡ଼ିଆଙ୍କ କମାଲ

ଭୁବନେଶ୍ୱର(ସମାଜ ଆଇନା ):କେରଳରେ ମେ ୧୧ରୁ ୧୩ ପର୍ଯ୍ୟନ୍ତ ସର୍ବ ଭାରତୀୟ ମଡେଲିଙ୍ଗ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି | ଏଥିରେ ଡି ଏ ଭି ପବ୍ଲିକ ସ୍କୁଲର ଛାତ୍ରୀ, ତଥା ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ମଲ୍ଲିକ ଓ ଶ୍ରୀମତୀ ପ୍ରଜ୍ଞା ପ୍ରିୟଦର୍ଶିନୀ ପାରମିତା ନାୟକଙ୍କ ସୁପୁତ୍ରୀ ଦେବାଂଶୀ ଦେବାଶ୍ରିତା ବିଜୟିନୀ ହୋଇ ମିସ ଟିନ ସୁପର ଗ୍ଲୋବ ଇଣ୍ଡିଆର ମୁକୁଟ ହାସଲ କରିଛନ୍ତି | ଡି ଏ ଭି ପବ୍ଲିକ ସ୍କୁଲ ୟୁନିଟ ୮ ର ଛାତ୍ର, ଶ୍ରୀଯୁକ୍ତ ତାରିକ୍ ହସନ ଖାନ ଓ ଆସମାନ ବାନୋଙ୍କ ସୁପୁତ୍ର ତାହୀଦ ହସ୍ସନ ଖାନ, ଜୁନିଅର ମଡେଲ ଇଣ୍ଟେରନାସନାଲ ର ପ୍ରିନ୍ସ ବିଭାଗରେ ପ୍ରଥମ ରନର୍ ଅପ୍ ହୋଇ ଓଡିଶାକୁ ଗୌରବନ୍ଵିତ କରିଛନ୍ତି | ମିଷ୍ଟର ଓ ମିସ ଗ୍ଲାମ ଓଡିଶାର ଡିରେକଟର ଶ୍ରୀମତୀ ଜ୍ୟୋତିର୍ମୟୀ ମହାପାତ୍ର ଓ ମିଶନ ଡ୍ରିଅମ୍ସ ମିସ ଇଣ୍ଡିଆ ଅୟନା ରାଉତରାୟଙ୍କ ତତ୍ୱାବଧାନରେ ଏଇ ଦୁଇ ଜଣଙ୍କୁ ପ୍ରଶିକ୍ଷଣ ଦିୟା ହୋଇ ସର୍ବ ଭାରତୀୟ ସ୍ତରରେ ଭାଗ ନେବା ପାଇଁ ପ୍ରସ୍ତୁତ କରା ଯାଇ ଥିଲ। ଏହି ପ୍ରତିଯୋିତାରେ ବିଭିନ୍ନ ରାଉଣ୍ଡ ଥିଲା, ଯେପରିକି ଟାଲେଣ୍ଟ ରାଉଣ୍ଡ, ନାସନାଲ କଷ୍ଟୁମ ରାଉଣ୍ଡ , ଇଣ୍ଟର୍ଭ୍ୟୁ ଇଣ୍ଟ୍ରଡକ୍ସନ ରାଉଣ୍ଡ, ପ୍ରଶ୍ନ ଉତ୍ତର ରାଉଣ୍ଡ, ଓ ଇଭିନିଂ ଗାଉନ ରାଉଣ୍ଡ। ଯେଉଁଥିରେ ଦେବାଂଶୀ ବେଷ୍ଟ ଇଣ୍ଟର୍ଭ୍ୟ, ଏକ୍ସଟ୍ରିମ ଟାଲେଣ୍ଟ , ବେଷ୍ଟ୍ କ୍ରିଏଟିଭ ନlସନଲ କଷ୍ଟୁମ୍ ଓ ‘ପ୍ରିନସେସ ଅଫ ଓଡ଼ିଶା ‘ ସବ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ତାହିଦ ପ୍ରିନ୍ସ ଅଫ ଓଡ଼ିଶାର ସବ୍ ଟାଇଟଲ ହାସଲ କରିପାରିଛନ୍ତି।
ଏହି ଦୁଇଜଣ ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତା ଯାହାକି ବ୍ୟାଙ୍ଗକକରେ ହେବାକୁଯାଉଛି,ସେଥିରେ ଭାଗ ନେବେ।

Leave a Reply

Your email address will not be published. Required fields are marked *