ମୁଖ୍ୟ ଖବର

ବିଜେଡି ନେତାମାନେ ଆପଣଙ୍କୁ ଲୁଟିବାରେ ଲାଗିଛନ୍ତି: ପ୍ରଧାନମନ୍ତ୍ରୀ

କଟକ: ଦିଲ୍ଲୀରେ ତ ସରକାର ଗଢିବ ଏନଡିଏ। ଏଠାରେ ବି ବିଜେପିର ପୂର୍ଣ୍ଣ ବହୁମତର ସରକାର ହେବ। ଜୁନ୍ ୧୦ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ। ବିଜେଡିର କଳାଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିଛି। କଟକରେ ଆୟୋଜିତ ସାଧାରଣ ସଭାରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ବିଜେଡିକୁ ୨୫ ବର୍ଷ ଦେଲେ ଆପଣ ଦେଖିଲେ, କଣ ହେଲା। ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି। ଚିଟ୍‌ଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି। ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି। କଂଗ୍ରେସ ସରକାର ସମୟରେ ପୁରୁଣା ଖଣି ଉତ୍ତୋଳନ ନୀତିରେ ମାତ୍ର ୫୦୦୦ କୋଟି ମିଳୁଥିଲା । କିନ୍ତୁ ମୋଦୀ ସରକାରରେ ଏହା ୫୦ ହଜାର କୋଟିକୁ ବୃଦ୍ଧି ପାଇଛି। ଡିଏମଏଫ ଜରିଆରେ ୨୬ ହଜାର କୋଟି ଟଙ୍କା ମିଳିଛି। ଏଠାରେ ରାସ୍ତା,ବିଜୁଳି, ହସ୍ପିଟାଲ, ସ୍କୁଲରେ ଅବ୍ୟବସ୍ଥା ରହିଛି। ତେଣୁ ଦିଲ୍ଲୀରୁ ଆସିଥିବା ଟଙ୍କା କୁଆଡେ ଗଲା? ବିଜେଡି ନେତାମାନେ ଆପଣଙ୍କୁ ଲୁଟିବାରେ ଲାଗିଛନ୍ତି। ସେମାନେ କମିସନ୍ ନ ମିଳିବା ଯାଏ ପ୍ରକଳ୍ପ ଅଟକାଇ ରଖୁଛନ୍ତ। ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର। ଆପଣଙ୍କ ଭୋଟ୍ ବିଜେଡିର ଭ୍ରଷ୍ଟ ସରକାରକୁ ହଟାଇବ। ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛନ୍ତି। ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ। ଏବେ ବିଜେପିକୁ ଦାୟିତ୍ବ ଦିଅନ୍ତୁ। ଆମକୁ ନିବେଶ ଦରକାର। ବିଜେପିର ତାକତ୍ ଅଛି। ଏ କାମ ବିଜେପି କରିପାରିବ। ବିଜେପି ହିଁ ଓଡ଼ିଶାକୁ ଶିଖରରେ ପହଞ୍ଚାଇପାରିବ। ଓଡ଼ିଶାର ସଂସ୍କୃତି ବୁଝୁନଥିବା ଲୋକ କିଭଳି ଏହାର ନେତୃତ୍ବ ନେବ।

Leave a Reply

Your email address will not be published. Required fields are marked *