ଦେଶ- ବିଦେଶ

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁ ପତ୍ର ତୋଳି ଆଦିବାସୀମାନେ ଫେରୁଥିଲେ। ପିକଅପ ଗାଡିଟି ଏକ ଖାଲରେ ପଡ଼ିଯାଇଥିଲା। ପିକଅପରେ ୨୫-୩୦ ଲୋକ ଥିଲେ। ୧୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସମସ୍ତେ କୁଇର ବାସିନ୍ଦା ବୋଲି କୁହାଯାଏ। ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳାଙ୍କୁ ସାମିଲ ଥିବା ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ଆଠ ଜଣ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *