ମୁଖ୍ୟ ଖବର

ସନ୍ଧ୍ୟା ୫ଟା ସୁଦ୍ଧା ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳରେ ୬୫.୧୯, କଟକରେ ୫୩.୧୪, ଢେଙ୍କାନାଳରେ ୫୮.୬୯, ପୁରୀରେ ୬୧.୯୬, ନୟାଗଡ଼ରେ ୬୧.୦୮, ସମ୍ବଲପୁରରେ ୬୫.୬୧ ,‌ କେନ୍ଦୁଝର ୬୨.୫୯, ମୟୂରଭଂଜ ୬୧.୩୮, ପ୍ରତିଶତ ମତଦାନ ହୋଇଛି।ସମ୍ବଲପୁର ଲୋକସଭା କ୍ଷେତ୍ରରେ ୬୫.୬୧ ପ୍ରତିଶତ ମତଦାନ ହୋଇଛି। ଏହି ଲେକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଆଠମଲ୍ଲିକରେ ୬୬.୨୦, ଛେଣ୍ଡିପଦାରେ ୬୫.୫୦, ଦେବଗଡ଼ରେ ୬୭.୦୦, କୁଚିଣ୍ଡାରେ ୭୨.୫୫, ସମ୍ବଲପୁରରେ ୫୪.୪୦, ରେଙ୍ଗାଲିରେ ୬୯.୧୧ ଓ ରେଢାଖୋଲରେ ୬୬.୦୦ ପ୍ରତିଶତ ମତଦାନ ହୋଇଛି।

ଭୁବନେଶ୍ବର ଲୋକସଭା ଅଧୀନ ଖୋର୍ଦ୍ଧାରେ ୫୮.୧୨, ଜୟଦେବରେ ୬୪.୮୦, ଜଟଣୀରେ ୫୨.୪୦, ଏକାମ୍ରରେ ୪୯.୫୦, ଚିଲିକାରେ ୬୦.୧୨, ଭୁବନେଶ୍ବର ଉତ୍ତରରେ ୪୫.୪୫.୦୦, ଭୁବନେଶ୍ବର ‌ମଧ୍ୟରେ ୪୪.୧୨,  ବେଗୁନିଆରେ ୬୫.୭୦ ପ୍ରତିଶତ ମତଦାନ ହୋଇଛି।

ରାଜ୍ୟର ତୃତୀୟ ପର୍ଯ୍ୟାୟରେ ଆଜି ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହାର ଅଧିନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା୬ଟା ଯାଏଁ ମତଦାନ ଜାରି ରହିବ।

Leave a Reply

Your email address will not be published. Required fields are marked *