ମୁଖ୍ୟ ଖବର

୫ ବର୍ଷ ମଧ୍ୟରେ ଦେଶରେ ଲାଗୁ ହେବ ସମାନ ନାଗରିକ ସଂହିତା :ଅମିତ ଶାହା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୟୁସିସି ଏବଂ ୱାନ୍ ନେସନ୍-ୱାନ୍ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ବିଜେପି କ୍ଷମତାକୁ ଫେରିଲେ ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଏକ ସମାନ ନାଗରିକ ସଂହିତା ଲାଗୁ କରାଯିବ ବୋଲି ସେ କହିଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି, ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବାର ସମୟ ଆସିଥିବାରୁ ମୋଦୀ ସରକାର ଆଗାମୀ ପାଳିରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକାସାଙ୍ଗରେ ନିର୍ବାଚନ କଲେ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।

ପ୍ରଚଣ୍ଡ ଗରମରେ ହେଉଥିବା ନିର୍ବାଚନକୁ ନେଇ ଅମିତ ଶାହ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଆମେ ଏ ବିଷୟରେ ବି ଚିନ୍ତା କରିପାରିବା। ଯଦି ଆଗୁଆ ନିର୍ବାଚନ ହୋଇପାରିବ, ତେବେ ଏହି ସମସ୍ୟା ଦୂର ହୋଇପାରିବ ଏବଂ ଏହା କରାଯିବା ଉଚିତ୍ । ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ଛୁଟିର ସମୟ। ଏହା ଦ୍ୱାରା ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ସମୟ କ୍ରମେ ଲୋକସଭା ନିର୍ବାଚନ ଧୀରେ ଧୀରେ ଗ୍ରୀଷ୍ମ ଋତୁକୁ ଚାଲିଯାଇଛି ।

Leave a Reply

Your email address will not be published. Required fields are marked *