ରାଜ୍ୟ

ଶ୍ରୀମନ୍ଦିର ହୁଣ୍ଡିରେ ୧କିଲୋ ୮୦୦ ମିଲିଗ୍ରାମର ସୁନା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ୧ କିଲୋ ୮୦୦ ମିଲିଗ୍ରାମର ସୁନା ବାହାରିଛି। ଏହି ସୁନାକୁ କେହି ଜଣେ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ନେଇ କୁହାଯାଇଛି। ତେବେ ଆଜି ଶ୍ରୀ ମନ୍ଦିରରେ ଭକ୍ତଙ୍କ ଗହଳି ଥିବାରୁ କେହି ଏକ ଭକ୍ତ ଦାନ କରିଛନ୍ତି।ଶ୍ରୀଜୀଉଙ୍କ ଦର୍ଶନ ସହ ଭକ୍ତମାନେ ଶ୍ରୀମନ୍ଦିରକୁ ମନଖୋଲି ଦାନ କରିବା ନୂଆ କଥା ନୁହେଁ। ଭକ୍ତମାନେ ପୂର୍ବରୁ ମଧ୍ୟ ଏହି ଭଳି ଦାନ କରୁଛନ୍ତି। ପ୍ରତିଦିନ ଭକ୍ତମାନେ ଯେତେବେଳେ କାଳିଆ ସାଆନ୍ତଙ୍କୁ ଦର୍ଶନକରୁଛନ୍ତି, ହୁଣ୍ଡିରେ ନଗଦ ଟଙ୍କା ବା ଅଳଙ୍କାର ପକାଇଥାନ୍ତି। ୨୦୨୧ ନଭେମ୍ବର ୧୨ ତାରିଖ ଦିନ ଗୋଟିଏ ଦିନରେ ରେକର୍ଡ ୨୮ ଲକ୍ଷ ନଗଦ ଟଙ୍କା ଦାନ ମିଳିଥିବାବେଳେ ୫୦ ଭରି ସୁନା ଓ ୬୧ ଗ୍ରାମ ରୁପା ମଧ୍ୟ ମିଳିଥିଲା। ସାଧାରଣ ଦିନମାନଙ୍କରେ ଶ୍ରୀମନ୍ଦିର ହୁଣ୍ଡିରୁ ହାରାହାରି ୩ରୁ ୪ ଲକ୍ଷ ଟଙ୍କାର ଦାନ ମିଳୁଥିବାବେଳେ ବେଳେବେଳେ ଦାନ ପରିମାଣ ପୂର୍ବ ରେକର୍ଡ ଭାଙ୍ଗି ଦେଉଛି।

Leave a Reply

Your email address will not be published. Required fields are marked *