ରାଜ୍ୟ

ଏକକାଳୀନ ସାଧାରଣ ନିର୍ବାଚନର ବ୍ୟାପକ ପ୍ରସ୍ତୁତି ସମ୍ବନ୍ଧେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର,: ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ କୁ ସୂଚାରୁ ରୂପେ ଆୟୋଯନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବା ପରିପ୍ରେକ୍ଷୀରେ ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ଆଜି ଅପରାହ୍ନ ଘ.୪.୩୦ ମି ସମୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ରାଇମତ ଟୁଡୁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଠାକରେ ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାରେ ହେବାକୁ ଥିବା ମତଦାନ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ପ୍ରଦତ୍ତ ସୂଚନା ଅନୁଯାୟୀ, ଏଥର ବାଲେଶ୍ୱର ଜିଲ୍ଲାରେ ସର୍ବମୋଟ ୧୮,୯୨,୮୦୫ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ଯେଉଁଥିରେ ୯୬,୩୨,୧୨ ପୁରୁଷ ଭୋଟର ଥିବା ବେଳେ ୯୨,୯୪,୪୯ ମହିଳା ଭୋଟର ଅଛନ୍ତି ଏବଂ ଅନ୍ୟାନ୍ୟ ଲିଙ୍ଗଗତ ବର୍ଗର ଭୋଟର ସଂଖ୍ୟା ୧୪୪ ରହିଛି। ଜିଲ୍ଲାରେ ୨୫୯ଟି ଆଦର୍ଶ ମତଦାନ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି ଯେଉଁ ଥିରେ ସଖୀ ମତଦାନ କେନ୍ଦ୍ର (୧୮୯), ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର (୧୬), ପରିବେଶ ଅନୁକୂଳ ମତଦାନ କେନ୍ଦ୍ର(୨୨), ଜାତିଗତ ମତଦାନ କେନ୍ଦ୍ର (୧୫), ଅନ୍ୟାନ୍ୟ ଥିମ୍ ଆଧାରିତ ମତଦାନ କେନ୍ଦ୍ର (୧୫) ସହିତ ଜିଲ୍ଲାରେ ସର୍ବମୋଟ ୮୮୯ଟି ମିଶ୍ରିତ ବୁଥ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି I ସୁରକ୍ଷା ଦୃଷ୍ଟିରୁ ୨୪୨ଟି ଅତି ସମ୍ବେଦନଶୀଳ ବୁଥ ସମେତ ସମସ୍ତ ମତଦାନ କେନ୍ଦ୍ରରେ ୨୨ ଗୋଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ କମ୍ପାନୀ ମୁତୟନ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୧୫୬ଟି ବୁଥରେ ୱେବକାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି I ୩୬-ଭୋଗରାଇ ଓ ୪୨-ସିମୁଳିଆ ନିମନ୍ତେ ସମ୍ବିତରଣ ତାରିଖ ୩୦ ମଇ ଧାର୍ଯ୍ୟ କରାଯାଇଥିବା ବେଳେ ଅନ୍ୟ ସମସ୍ତ ନିର୍ବାଚନୀ ମଣ୍ଡଳୀ ପାଇଁ ୩୧ ମଇ ଧାର୍ଯ୍ୟ କରାଯାଇଛି I ଏହି ପରିପ୍ରେକ୍ଷୀରେ ୩୫-ଜଳେଶ୍ୱର ଓ ୩୬-ଭୋଗରାଇ ପାଇଁ ସମ୍ବିତରଣ ଏବଂ ଗ୍ରହଣ କେନ୍ଦ୍ର ସରକାରୀ ଆଇ.ଟି.ଆଇ ପଡିଆ ଚିହ୍ନଟ କରାଯାଇଛି I ସେହିଭଳି ୩୭-ବସ୍ତା ପାଇଁ ଖ୍ରୀଷ୍ଟିଆନ ସ୍କୁଲ ପଡିଆ, ୩୮-ବାଲେଶ୍ୱର ପାଇଁ କଲେକ୍ଟୋରେଟ ପରିସର , ୩୯-ରେମୁଣା ପାଇଁ ଖ୍ରୀଷ୍ଟିଆନ ସ୍କୁଲ ପଡିଆ, ୪୦-ନୀଳଗିରି ପାଇଁ ନୀଳଗିରି ଡିଗ୍ରୀ କଲେଜ ପଡିଆ ଓ ୪୧-ସୋର ଏବଂ ୪୨-ସିମୁଳିଆ ପାଇଁ ରେମୁଣା ଡିଗ୍ରୀ କଲେଜ ପଡିଆ ଧାର୍ଯ୍ୟ ହୋଇଛି I ପୋଲିଂ ଅଧିକାରୀଙ୍କ ସହଜତା ପାଇଁ ୪ଟି ସଟଲ୍ ବସ୍ ଜିଲ୍ଲାପାଳ କ୍ୟାମ୍ପସରୁ ସିନେମା ଛକ, କଣ୍ଢେଇ ଛକ, ଆଇ.ଟି.ଆଇ ଛକ ଦେଇ ପୁନଶ୍ଚ ଜିଲ୍ଲାପାଳ କ୍ୟାମ୍ପସକୁ ପରିବହନ କରିବ I ସେହିଭଳି ପ୍ରତି ବ୍ଲକ୍ ମୁଖ୍ୟାଳୟରୁ ୨ଟି ନିର୍ବାଚନ ସ୍ୱତନ୍ତ୍ର ବସ୍ ପୋଲିଂ ଅଧିକାରୀଙ୍କ ପରିବହନରେ ସାହାଯ୍ୟ କରିବ I ସମସ୍ତ ପୋଲିଂ ଅଧିକାରୀଙ୍କୁ ୱେଲନେସ୍ କିଟ୍, ମେଡିକାଲ୍ କିଟ୍ ଏବଂ ଶୁଖିଲା ଖାଦ୍ୟ କିଟ୍ ଯୋଗାଇ ଦିଆଯାଇଛି I ଏହି ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *