ଦେଶ- ବିଦେଶ

ପିଓକେ ଆମର ଥିଲା, ଅଛି ଓ ରହିବ, ଭାରତୀୟ ବୈଦେଶିକ ମନ୍ତ୍ରାଳୟର ବଡ଼ ବୟାନ

ନୂଆଦିଲ୍ଲୀ: ପାକ୍ ଅଧିକୃତ କଶ୍ମୀର (ପିଓକେ) ଏବଂ ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ନେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ବିବୃତି ଦେଇଛନ୍ତି। ପିଓକେ କୁ ନେଇ ଆମେ ଆମର ଆଭିମୁଖ୍ୟ ବଜାୟ ରଖିଛୁ। ସମଗ୍ର ଜମ୍ମୁ-କଶ୍ମୀର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଭାରତର ଅଂଶବିଶେଷ। ସେମାନେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ, ଅଛନ୍ତି ଏବଂ ସର୍ବଦା ରହିବେ । ଚାଇନା ପାକିସ୍ତାନ ଅର୍ଥନୈତିକ କରିଡର ଉପରେ ଆମର ଆଭିମୁଖ୍ୟ ସମସ୍ତେ ଜାଣନ୍ତି । ଏହା ଆମର ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ବ ବିରୋଧୀ।

ଏହା ପୂର୍ବରୁ ୨୦୨୪ ମେ ୧୭ତାରିଖରେ ପିଓକେରେ ବିକ୍ଷୋଭ ପରେ ସେଠାକାର ପ୍ରାକୃତିକ ସମ୍ବଳ ଲୁଟ୍ ପାଇଁ ପାକିସ୍ତାନକୁ ଦାୟୀ କରିଥିଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ। ପାକିସ୍ତାନ ଏହି ସବୁ ଅଞ୍ଚଳକୁ ବେଆଇନ ଭାବେ ଦଖଲ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେତେବେଳେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜୋର ଦେଇ କହିଥିଲା ଯେ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ।

ମୁଦ୍ରାସ୍ଫୀତିକୁ ନେଇ ପିଓକେରେ ହୋଇଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ୨୦ ମେ ୨୦୨୪ରେ ଏକ ବିବୃତି ଦେଇଥିଲେ। ସେ କହିଛନ୍ତି ଯେ ପିଓକେ ସର୍ବଦା ଭାରତର ଏକ ଅଂଶ ଥିଲା ।

Leave a Reply

Your email address will not be published. Required fields are marked *