ମୁଖ୍ୟ ଖବର

କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୩୦୦୦ ସୁରକ୍ଷା କର୍ମୀ ମୁତୟନ

କନ୍ୟାକୁମାରୀ : ଦେଶରେ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ ହେବା ପରେ କନ୍ୟାକୁମାରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ସେ ଦେବୀ କନ୍ୟାକୁମାରୀଙ୍କୁ ଦର୍ଶନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିଶେଷ କରି ବିବେକାନନ୍ଦ ଶିଳା ଆଖପାଖ ଅଞ୍ଚଳକୁ ଶିବିରରେ ପରିଣତ କରାଯାଇଛି। ସେ ଏଠାରେ ଥିବା ଭଗବତୀ ଅମନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେ ଏଠାରେ ଦୁଇଦିନ ଧ୍ୟାନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଏଠାରୁ ଯିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୩୦୦୦ ଯବାନ ଙ୍କୁ ମୁତୟନ କରାଯାଇଛି । ବିବେକାନନ୍ଦ ଶିଳା ଉପରେ ୫ଟି ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା କରୁଛନ୍ତି। ତାମିଲନାଡୁ ମେରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ଜାହାଜ ମଧ୍ୟ ସାମୁଦ୍ରିକ ସୀମାର ସୁରକ୍ଷା କରୁଛି। ଗୁରୁବାର ସକାଳୁ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *