ମହାନଗର

ବିଶ୍ଵ ତମାଖୁ ବର୍ଜ୍ଜନ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ବ ତମାଖୁ ବର୍ଜନ ଦିବସ ଉପଲକ୍ଷେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ବୁଲନ ଭାଇ ସେବା ଭବନଠାରେ ସମରକ୍ରାନ୍ତି ସେନା ସାମାଜିକ ଅନୁଷ୍ଠାନ, ଅରଭାନୀ ସମୟ ନିଉଜପେପର ଓ ଆଜିର ସୃଜନୀ ଦତ୍ୟାଵ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଏକ ବର୍ଣାଢ ପରିବେଶ ମଧ୍ୟରେ ତମାଖୁ ଶିଳ୍ପ ହସ୍ତକ୍ଷେପରୁ ଶିଶୁଙ୍କୁ ସୁରକ୍ଷା ବିଷୟ ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା । ଏଥିରେ ଉଦ୍‌ଘାଟକ ଭାବେ ଡାକ୍ତର ସୁନିଲ ଦାସ ବିଶିଷ୍ଟ ମୂତ୍ରାଶୟ ବିଶେଷଜ୍ଞ ଅଭିଭାଷଣ ପ୍ରଦାନ କରିଥିଲେ ଓ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡକ୍ଟର ଯୁଗଳ କିଶୋର ସାହୁ ବରିଷ୍ଠ ନାଗରିକ ମହାସଂଘ ର ସମ୍ପାଦକ କହିଥିଲେ ୧୯୮୭ ମସିହାରେ ବିଶ୍ଵ ସାସ୍ଥ୍ୟ ସଂଗଠନ ପକ୍ଷରୁ ମେ ୩୧ ତାରିଖକୁ ବିଶ୍ଵ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନିଆଯାଇଥିଲା । ମୁଖ୍ୟ ବକ୍ତା ଶ୍ରୀମତା ସୁଜାତା ନନ୍ଦ, ସଭାପତି , ଆଜିର ସୃଜନୀ କହିଥିଲେ ଦିନକୁ ଦିନ ବଢୁଥିବା ତମାଖୁ ସମସ୍ୟାରୁ ଯୁବ ପିଢୀଙ୍କୁ ଦୂରେଇ ରଖୁବାକୁ ୱାଲ୍ଡ ହେଲଥ୍ ଆସେମ୍ଳୀ “୭ ଏପ୍ରିଲକୁ ୱାଲ୍ଡ ନୋ ଟଵାକୋ ଡେ’ ଭାବରେ ପାଳନ କରାଯାଉ। ଡାକ୍ତର ଅଞ୍ଜଳୀ ତ୍ରିପାଠୀ, ଶିକ୍ଷାବିତ, ଶ୍ରୀମତୀ ବିଣାପାଣୀ ସାହୁ, ସୁଲେଖୁଜା, ଶ୍ରୀଯୁକ୍ତ ସୁବାଷିସ ମିଶ୍ର, ସମ୍ପାଦକ ପ୍ରତିକାର ପ୍ରମୁଖ ସମ୍ମାନିତ ଅତିଥ ଭାବରେ ଯୋଗଦାନ କରିଥିଲେ । ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୂରୀ ସଭାପତିତ୍ଵ କରି କହିଲେ ୧୯୮୮ ମସିହାଠାରୁ ପ୍ରତିବର୍ଷ ମେ ୩୧ତାରିଖକୁ ” ୱାଲ୍ଡ ନୋ ଟବାକୋ ଡେ’” ଭାବରେ ପାଳନ କରାଯିବାକୁ ନିଷ୍କରି ନିଆଯାଉଥିଲା । ସାଧାରଣତଃ ଦୁଇ ପ୍ରକାରର ତମାଖୁ ଲୋକେ ବ୍ୟବହାର କରନ୍ତି, ଗୋଟିଏ ହେଉଛି ଧୂମଯୁକ୍ତ ଓ ଅନ୍ୟଟି ହେଉଛି ଧୂମବିହୀନ । ବହୁସଂଖ୍ୟକ ଲୋକ ସିଗାରେଟ, ଗୁଡାଖୁ,ପାନ, ଗୁଟଖା,ଖଇନ୍, ଗଞ୍ଜାଇ ଖାଆତି ବୋଲି ସେ ତାଙ୍କ ବକ୍ତବ୍ୟ ଦେଇଥିଲେ। ଶ୍ରୀଯୁକ୍ତ ରମେଶ କୁମାର ମହାପାତ୍ର, ସମ୍ପାଦକ, ଅରଭାନି ସମୟ ସାଗତ ଭାଷଣ ଦେଇ କହିଥିଲେ ୧୮-୩୦ ବର୍ଷ ଯୁବପିଢୀ ନିଶା କବଳରେ ଥିବାବେଳେ ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡ଼ା, ସମ୍ପାଦକ ସମରକ୍ରାନ୍ତି ସେନା, ୨୦୧୬ମସିହା ଅଗଷ୍ଟ ସେପ୍ଟେମ୍ବର ମାସରେ କରାଯାଇଥିବା ସର୍ଭେ ଅନୁସାରେ ଆମ ରାଜ୍ୟରେ ୧୩.୯ ପ୍ରତିଶତ ପୁରୁଷ ୦.୧ ପ୍ରତିଶତ ମହିଳା ଓ ୭.୦ ପ୍ରତିଶତ ପ୍ରାପ୍ତ ବୟଷ ଏବେ ଧୂମଯୁକ୍ତ ତମାଖୁ ବ୍ୟବହାର କରନ୍ତି । ଅପର ପକ୍ଷରେ ୫୨. ୧ ପ୍ରତିଶତ ପୁରୁଷ, ୩୩.୬ ପ୍ରତିଶତ ମହିଳା ଓ ୪୨.୯ ପ୍ରତିଶତ ପ୍ରାପ୍ତ ବୟସ୍କ ଧୂମ ବିହିନ ତମାଖୁ ବ୍ୟବହାର କରନ୍ତି ବୋଲି ମତ ପ୍ରକାଶ କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *