ମୁଖ୍ୟ ଖବର

ପାଣିକୋଇଲି ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଲୁଟେରା ନମ୍ବର ୧

ଭୁବନେଶ୍ୱର : ଦୁର୍ନୀତି ଗ୍ରସ୍ତ, ଭ୍ରଷ୍ଟାଚାରୀ ଡକାୟତ ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଦଳେଇ କୁ ପାଣିକୋଇଲି ରୁ ତୁରନ୍ତ ବହିଷ୍କାର କରିବାକୁ ସାଧାରଣ ରେ ଦାବି ହେଉଛି l ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ସଚିବ କି ସର୍ବୋଚ୍ଚ ଯନ୍ତ୍ରୀ କୁ ଡ୍ୟାସ ରେ ଖାତିର କରନ୍ତି ନାହିଁ l ସେ ମିଥ୍ୟା ବିଲ୍ଲ କରି ବିଜେଡି ପାଣ୍ଠିକୁ ମୋଟା ଅଙ୍କର ଅର୍ଥ ଦେଇ ବିଜେଡି କୁ ଜିତାଇବାକୁ ଲାଗିପଡ଼ିଥିଲେ l କୋରେଇ, ସୁକିନ୍ଦା, ବଡ଼ଚଣା ର ଯୁବକ ମାନଙ୍କୁ ମଦ, ମାଂସ, ଭୋଜି ଭାତ ରେ ଟଙ୍କା ବାଣ୍ଟିବା ର ଦାୟିତ୍ୱ ନିଜଆଡୁ ଅଧିକ୍ଷଣ ଯନ୍ତ୍ରୀ ଡକାୟତ ପୂର୍ଣ୍ଣ ଦଳେଇ ନେଇଥିଲେ ବୋଲି ଚର୍ଚ୍ଚା ହେଉଛି l ସରକାରୀ ଅର୍ଥ ଲୁଟେରା ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଯାଜପୁର ଜିଲ୍ଲାକୁ ଲୁଟିବାକୁ ଯାଇଛନ୍ତି ବୋଲି ଅନେକ ଠିକାଦାର ଅଭିଯୋଗ କରିଛନ୍ତି l ଯନ୍ତ୍ରୀ ଜଗତର କଳଙ୍କ ଡକାୟତ ପୂର୍ଣ୍ଣ ଦଳେଇ ପାଣିକୋଇଲି ଡିଭିଜନ ରେ ବ୍ୟାପକ ଦୁର୍ନୀତି କରି କୋଟି କୋଟି କଳା ଟଙ୍କା ର ସମ୍ପତ୍ତି ଅର୍ଜନ କରିଛନ୍ତି ଯାହାର ଭିଜିଲାନ୍ସ ତଦନ୍ତ ହେଲେ ପ୍ରକୁତ ସତ୍ୟ ପଦାକୁ ଆସିବ ବୋଲି ସାଧାରଣ ରେ ଦାବି ହେଉଛି l ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, ନିମାପଡା,ନଖରା ରେ ନିଜ ସମ୍ପର୍କୀୟ ମାନଙ୍କ ନାମରେ ରଖିଥିବାର ଜଣାପଡିଛି l ଡକାୟତ ଦଳେଇ ଏସଡିଓ ଥିବା ସମୟରେ ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିଅମ ନବୀକରଣ ରେ ୫ କୋଟି ଟଙ୍କା ହଡପ କରିଥିଲେ ବୋଲି ପୂର୍ବତନ ନିର୍ବାହୀ ଯନ୍ତ୍ରୀ ହୋତା ବାବୁ ପ୍ରକାଶ କରିଛନ୍ତି l ଲୁଣ୍ଠନକାରି ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ମିଥ୍ୟା ବିଲ କରିବାରେ ନମ୍ବର-୧ ବୋଲି ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମା ସ୍ୱାଇଁ ଆମର ସମାଜ ଆଇନା ପ୍ରତିନିଧିଙ୍କୁ କହିଛନ୍ତି l ପୂର୍ଣ୍ଣ ଦଳେଇ ପରି ଭ୍ରଷ୍ଟାଚାରୀ ଯନ୍ତ୍ରୀ କୁ ପାଣିକୋଇଲିରୁ ତୁରନ୍ତ ବହିଷ୍କାର କରିବାକୁ ସୂଚନା ଅଧିକାର କର୍ମୀ ବିଚିତ୍ର ମଲିଆ ଦାବି କରିଛନ୍ତି l ସୂଚନା ଲୁଚାଇବା, ଓ କାମ ନ କରି କୋଟିକୋଟି ଟଙ୍କା ମିଥ୍ୟା ବିଲ କରିବା ଭାଳୁଆ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ର ମୁଖ୍ୟ କାମ ବୋଲି ଅନ୍ୟତମ ସମାଜସେବୀ ରାମଚନ୍ଦ୍ର ମହାପାତ୍ର ମତ ପ୍ରକାଶ କରିଛନ୍ତି l ବିଜେଡି କୁ ଯାଜପୁର, କଟକ ରେ ଜିତାଇବା ପାଇଁ ଭଂଡୁଆ ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଲାଗି ପଡ଼ିଥିଲେ ବୋଲି ସବୁ ମହଲ ରେ ଚର୍ଚ୍ଚା ହେଉଛି l ଦୁର୍ନୀତି ଗ୍ରସ୍ତ, ସରକାରୀ ଅର୍ଥ ଚୋର ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ର ସମସ୍ତ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ ପାଇଁ ଓଡ଼ିଆ ୟୁଥ ଫୋରମ ପକ୍ଷରୁ ଡ଼ିଜିଙ୍କୁ ନିବେଦନ କରାଯାଇଛି l ନୂତନ ସରକାର ଗଢ଼ା ହେଲା ପରେ ପୂର୍ଣ୍ଣ ଦଳେଇଙ୍କ ଉପରେ ବିଭାଗୀୟ ତଦନ୍ତ ହେବ ବୋଲି ବିଜେପି ନେତା ପ୍ରିୟ ମିଶ୍ର ପ୍ରକାଶ କରିଛନ୍ତି l ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଙ୍କ ଅସଲ ମୁଖା ଖୋଲିବାକୁ ଅନେକ ତଥ୍ୟ ଆମର ହସ୍ତ ଗତ ହେଉଛି ତାହା କ୍ରମାନ୍ଵୟରେ ପ୍ରକାଶ କରାଯିବ l

Leave a Reply

Your email address will not be published. Required fields are marked *