ରାଜନୀତି

ସମ୍ବିତ ପାତ୍ରଙ୍କୁ ପିପିଲି ଆସନରୁ ସର୍ବାଧିକ ଭୋଟ୍‌: ଭୁଶୁଡ଼ିଲା ୨୬ ବର୍ଷର ବିଜେଡି ଗଡ଼

ପିପିଲି : ପୁରୀ ଲୋକସଭା ଆସନରେ ୨୬ ବର୍ଷର ବିଜେଡି ଗଡ଼କୁ ଭାଙ୍ଗି ବିଜେପି ପଦ୍ମ ଫୁଟାଇଛି। ବିଜେପିର ସମ୍ବିତ ପାତ୍ର ବିପୁଳ ଭୋଟ୍‌ରେ ଏଠାରୁ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ୧ଲକ୍ଷ ୪ହଜାର ୭୦୯ ଭୋଟ୍‌ରେ ସମ୍ବିତଙ୍କଠାରୁ ପରାସ୍ତ ହୋଇଛନ୍ତି। ସମ୍ବିତଙ୍କୁ ୬ଲକ୍ଷ ୨୫ହଜାର ୩୭୨ ଭୋଟ୍‌ ମିଳିଥିବାବେଳେ ଅରୂପଙ୍କୁ ୫ଲକ୍ଷ ୨୩ହଜାର ୩୬ ଭୋଟ୍‌ ମିଳିଛି। ପୁରୀ ଲୋକସଭା ଆସନର ୬ ବିଧାନସଭା ଆସନରେ ସମ୍ବିତ ଭୋଟ୍‌ରେ ଆଗରେ ରହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ଯେଉଁ ବିଧାନସଭା ଆସନରେ ସମ୍ବିତ ନିରାଶାଜନକ ପ୍ରଦର୍ଶନ କରିଥିଲେ ସେଠାରେ ବି ଭଲ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ଏ ଭିତରେ ପିପିଲି ଓ ନୟାଗଡ଼ ବିଧାନସଭା ଆସନ ଅନ୍ୟତମ। କଂଗ୍ରେସର ଜୟନାରାୟଣ ପଟ୍ଟନାୟକଙ୍କୁ ମାତ୍ର ୨୪ହଜାର ୬୬ ଭୋଟ୍‌ ମିଳିଛି।ପୁରୀ ଲୋକସଭା ଆସନ ଅଧୀନରେ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ ବିଧାନସଭା ଆସନ ରହିଛି। ୧୯୯୮ରୁ ବିଜେଡି ପୁରୀ ଲୋକସଭା ଆସନରେ ବିଜୟ ଧାରା ବଜାୟ ରଖିଥିଲା। ପ୍ରଥମେ ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ପରେ ପିନାକୀ ମିଶ୍ର ଏହି ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ। କିନ୍ତୁ ପ୍ରଥମ ଥର ବିଜେଡି ଚଳିତ ନିର୍ବାଚନରେ ଅରୂପଙ୍କୁ ଟିକେଟ୍‌ ଦେଇଥିଲା। ଏଥର ଅରୂପ ବିଜୟ ଧାରାକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ବିଜେଡିକୁ ବିପୁଳ ପରାଜୟର ମୁହଁ ଦେଖିବାକୁ ମିଳିଛି। ସେପଟେ ଗତ ୨୦୧୯ ସାଧାରଣ ନିର୍ବାଚନରେ ପିପିଲି, ନୟାଗଡ଼, ରଣପୁର ଆଦି ବିଧାନସଭା ଆସନରେ ବିଜେପିକୁ ନିରାଶ ହେବାକୁ ପଡ଼ିଥିଲା। ଏଥର କିନ୍ତୁ ବିଜେପି ଇତିହାସ ରଚିଛି।ସମ୍ବିତଙ୍କୁ ପୁରୀ ବିଧାନସଭା କ୍ଷେତ୍ରରୁ ୮୪,୭୫୭ ଭୋଟ ମିଳିଥିବାବେଳେ ବ୍ରହ୍ମଗିରିରୁ ୯୩,୮୨୪, ସତ୍ୟବାଦୀରୁ ୮୮,୬୩୮, ପିପିଲିରୁ ସର୍ବଧିକ ୧,୦୨,୯୯୬, ଚିଲିକାରୁ ୮୭,୨୦୩, ରଣପୁରରୁ ୮୪,୮୪୧ ଓ ନୟାଗଡ଼ରୁ ସର୍ବନିମ୍ନ ୮୩,୧୧୩ ଖଣ୍ଡ ଭୋଟ୍‌ ମିଳିଛି। ଅରୂପଙ୍କୁ ପୁରୀରୁ ୬୭,୬୫୮, ବ୍ରହ୍ମଗିରିରୁ ସର୍ବାଧିକ ୮୬,୧୫୪, ସତ୍ୟବାଦୀରୁ ୭୦,୧୮୩, ପିପିଲିରୁ ୮୧,୬୬୫, ଚିଲିକାରୁ ୭୪,୧୬୩, ରଣପୁରରୁ ସର୍ବନିମ୍ନ ୬୪,୮୯୨ ଓ ନୟାଗଡ଼ରୁ ୭୮,୩୨୧ ଭୋଟ୍‌ ମିଳିଛି। କଂଗ୍ରେସର ଜୟନାରାୟଣ ପଟ୍ଟନାୟକଙ୍କୁ ପୁରୀରୁ ସର୍ବାଧିକ ୬୨୫୭, ବ୍ରହ୍ମଗିରିରୁ ୨୫୩୬, ସତ୍ୟବାଦୀରୁ ସର୍ବନିମ୍ନ ୧୯୯୦, ପିପିଲିରୁ ୪୩୮୦, ଚିଲିକାରୁ ୨୪୭୭, ରଣପୁରରୁ ୪୦୫୦ ଓ ନୟାଗଡ଼ରୁ ୨୭୬ ଭୋଟ୍‌ ମିଳିଛି। ସାନ୍ତନୁ କୁମାର ଦାଶଙ୍କୁ ମୋଟ ୩୯୧୮ ଭୋଟ୍‌ ମିଳିଥିବାବେଳେ ପୁରୀରୁ ୬୦୪, ବ୍ରହ୍ମଗିରିରୁ ୪୭୨, ସତ୍ୟବାଦୀରୁ ୬୯୬, ପିପିଲିରୁ ୫୫୬, ଚିଲିକାରୁ ୬୨୬, ରଣପୁରରୁ ୪୮୭ ଓ ନୟାଗଡ଼ରୁ ୪୭୭ ଭୋଟ୍‌ ମିଳିଛି। ସୁବାସ ଚନ୍ଦ୍ର ଭୋଇଙ୍କୁ ମୋଟ ୩୨୫୭ ଭୋଟ୍‌ ମିଳିଥିବା ବେଳେ ପୁରୀରୁ ୪୭୦, ବ୍ରହ୍ମଗିରିରୁ ୨୨୧, ସତ୍ୟବାଦୀରୁ ୮୦୧, ପିପିଲିରୁ ୫୧୮, ଚିଲିକାରୁ ୪୬୭, ରଣପୁରରୁ ୪୩୦ ଓ ନୟାଗଡ଼ରୁ ୩୫୦ ଭୋଟ୍‌ ମିଳିଛି। ଶୋଭା ପାଣ୍ଡେଙ୍କୁ ୨୨୧୨ ଭୋଟ୍‌ ମିଳିଥିବାବେଳେ ପୁରୀରୁ ୩୨୮, ବ୍ରହ୍ମଗିରିରୁ ୨୨୦, ସତ୍ୟବାଦୀରୁ ୧୮୧, ପିପିଲିରୁ ୨୪୦, ଚିଲିକାରୁ ୪୬୧, ରଣପୁରରୁ ୩୫୯ ଓ ନୟାଗଡ଼ରୁ ୪୨୩ ଭୋଟ୍‌ ମିଳିଛି। ଦିଲ୍ଲୀପ କୁମାର ବରାଳଙ୍କୁ ୧୬୦୫ ଭୋଟ୍‌ ମିଳିଥିବାବେଳେ ପୁରୀରୁ ୨୮୭, ବ୍ରହ୍ମଗିରିରୁ ୧୩୦, ସତ୍ୟବାଦୀରୁ ୨୦୫, ପିପିଲିରୁ ୨୩୦, ଚିଲିକାରୁ ୩୩୦, ରଣପୁରରୁ ୨୦୧ ଓ ନୟାଗଡ଼ରୁ ୨୨୨ ଭୋଟ୍‌ ମିଳିଛି।

Leave a Reply

Your email address will not be published. Required fields are marked *