ମୁଖ୍ୟ ଖବର

ଜୁନ ୧ ୨ ରେ ମୋଦୀଙ୍କ ରୋଡ୍‌‌ ସୋ’ ପୁଣି ଦେଖିବେ ଭୁବନେଶ୍ବରବାସୀ

ଭୁବନେଶ୍ବର: ମାସକ ବ୍ୟବଧାନରେ ରାଜଧାନୀ ଭୁବନେଶ୍ବରବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ଦେଖିବେ। ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ମୋଦୀ ରୋଡ୍‌ ସୋ’ କରିବେ। ମୋଦୀଙ୍କ ଏହି ରୋଡ୍‌ ସୋ’ ଆସନ୍ତା ୧୨ ତାରିଖ ସନ୍ଧ୍ୟା ସମୟରେ ଆୟୋଜନ କରାଯିବ। ଏକ ସ୍ବତନ୍ତ୍ର ଏକ ବାହନରେ ନରେନ୍ଦ୍ର ମୋଦୀ ଜୟଦେବ ବିହାର ଠାରୁ ଜନତା ମଇଦାନ ଅଭିମୁଖେ ବାହାରିବେ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପୂର୍ବରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ସୂଚନାଯୋଗ୍ୟ, ଗତମାସ ୧୦ ତାରିଖରେ ମୋଦୀଙ୍କ ରୋଡ୍‌ ସୋ’ ଭୁବନେଶ୍ବରରେ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଷ୍ଟରକ୍ୟାଣ୍ଟିନ୍‌ ଦେଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ରାତି ୮ଟା ୪ ୧ ମିନିଟ୍‌ରେ ପହଞ୍ଚିଥିଲେ। କାର୍‌ରୁ ଓହ୍ଲାଇ ସ୍ବତନ୍ତ୍ର ଗାଡ଼ିରେ ଚଢ଼ିବା ପୂର୍ବରୁ ହଜାର ହଜାର ମହିଳାଙ୍କ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଜନପଥ। ମୋ…ଦୀ ମୋଦୀ, ମୋଦୀଜୀ ସ୍ବାଗତମ୍‌, ଜୟ ଶ୍ରୀରାମ, ଭାରତ ମାତା କି ଜୟ, ଅବ୍‌କି ବାର୍‌ ୪୦୦ ପାର୍‌। ଏଭଳି ଧ୍ବନିରେ କମ୍ପୁଥିଲା ଜନପଥ। ଘଣ୍ଟ, ଘଣ୍ଟା, ହୁଳହୁଳି, ପାଇକ ଆଖଡ଼ା, ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସୃଷ୍ଟି କରିଥିଲା ଏକ ପାରମ୍ପରିକ ପରିବେଶ। ବାରିକେଡ୍‌ ପଛରେ ଲକ୍ଷ ଲକ୍ଷ ଲୋକ ଚାହି ବସିଥିଲେ।ସେଦିନ ଏକ ସୁସଜ୍ଜିତ ଗାଡ଼ିରେ ମୋଦୀ ଚଢ଼ିଥିଲେ। ତାଙ୍କ ହାତରେ ଥିଲା ପଦ୍ମଫୁଲର ଏକ ଆଲୋକିତ ପ୍ରତିକୃତି ଥିଲା। ସମବେତ ଜନତାଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ। ସେହି ଗାଡ଼ିରେ ମୋଦୀଙ୍କ ସହ ଥିଲେ ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା‌ ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ କିଲୋମିଟର ରୋଡ୍‌ ସୋ’ ହୋଇଥଲା। ଜନପଥ କଡ଼ରେ ଲକ୍ଷାଧିକ ଲୋକ ଏକାଠି ହୋଇଥିଲେ। ୧୨ଟି ସ୍ଥାନରେ କରାଯାଇଥିବା ମଞ୍ଚରେ ପାରମ୍ପରିକ ନୃତ୍ୟର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଜାଗାରେ କୋଣାର୍କ, ଖଣ୍ଡଗିରି, ଉଦୟଗିରି ପ୍ରଭୃତି ଓଡ଼ିଶାର ଐତିହ୍ୟର ଝଲକ୍‌ ଦେଖିବାକୁ ମିଳିଥିଲା। ଜନପଥ ସାରା ମୋଦୀଙ୍କର ବିଶାଳ କଟ୍‌ ଆଉଟ୍‌ ଲଗାଯାଇଥିଲା। କେନ୍ଦ୍ର ସରକାରଙ୍କ ସଫଳତା ବଖାଣୁଥିବା ବ୍ୟାନର୍‌ ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରାଯାଇଥିଲା। ପ୍ରାୟ ୯ଟା ୪୫ରେ ରୋଡ୍‌ ସୋ’ ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *