ରାଜ୍ୟ

ମାନବ ସେବା ହିଁ ମାଧବ ସେବା” ଅନୁଷ୍ଠାନ ତରଫରୁ ଜଳ ଛତ୍ର

ଭୁବନେଶ୍ୱର : ହୀରାକୁଦ ସ୍ଥିତ ଶକ୍ତି ମନ୍ଦିର ପ୍ରାଙ୍ଗଣରେ ଶୀତଳ ଷଷ୍ଠୀ ଉପଲକ୍ଷେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ଏବଂ ସର୍ବତର ବ୍ୟବସ୍ଥା କରିଥିଲେ ହୀରାକୁଦର “ମାନବ ସେବା ହିଁ ମାଧବ ସେବା” ଅନୁଷ୍ଠାନ l ଏହି କାର୍ଯ୍ୟକ୍ରମରେ ହୀରାକୁଦ ଏବଂ ସମ୍ବଲପୁରର ସବୁ ସଦସ୍ୟ / ସଦସ୍ୟା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ଖୁବ ସୁନ୍ଦର ଭାବରେ ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ଶତପଥୀ, ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ରୀୟ ଦାଶ, ସହ ସମ୍ପାଦିକା ଶ୍ରୀମତୀ ଇତିଶ୍ରୀ ଶତପଥୀ, ସଂଗଠନ ସମ୍ପାଦକ ଶ୍ରୀ ବିଜୟ କୁମାର ପଣ୍ଡା,କୋଷାଧକ୍ଷ ଶ୍ରୀମତୀ ବୀଣାପାଣି ଦାସ, ଯୁଗ୍ମ କୋଷାଧକ୍ଷ ଶ୍ରୀମତୀ ଶୁଭଶ୍ରୀ ନାୟକ, ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା ବରିଷ୍ଠ ଉପଦେଷ୍ଟା ଶ୍ରୀ ଅରିନ୍ଦ୍ର ମହାନ୍ତି, ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀମତୀ ବିନୋଦିନୀ ଦେବତା, ଶ୍ରୀମତୀ ତ୍ରିବେଣୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ଏଥି ସହିତ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତା ବୃନ୍ଦ ଶ୍ରୀମତୀ ଶାନ୍ତିଲତା ରାଉତ, ଶ୍ରୀ ଶ୍ରୀକାନ୍ତ ପ୍ରଧାନ, ଶ୍ରୀ ଦେବଦତ୍ତ ପାଣିଗ୍ରାହୀ, ଶ୍ରୀ ସଂଗ୍ରାମ ନାୟକ, ଶ୍ରୀ ବୀରେନ୍ଦ୍ର ଜେନା, ଶ୍ରୀ ସୁଶାନ୍ତ ସାହୁ, ଶ୍ରୀ ସୁରେନ୍ଦ୍ର ବିଶ୍ୱାଳ, ଶ୍ରୀ ଯୁଗଳ କିଶୋର ନାୟକ, ଶ୍ରୀ ମାନଭଞ୍ଜନ ପଣ୍ଡା,ଶ୍ରୀ ରାଜେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ l ଏଥି ସହିତ ହୀରାକୁଦର କିଛି ସମାଜ ସେବୀ ମଧ୍ୟ ଯୋଗ ଦେଇଥିଲେ lଏହି ସେବା କାର୍ଯ୍ୟ ସୋମବାର ସନ୍ଧ୍ୟା 7:30 ରୁ ରାତି 12:30 ଯାଏ ଚାଲିଥିଲା l ମହାଦେବଙ୍କ ବରଯାତ୍ରୀ ଆସିଲା ପରେ ସେମାନଙ୍କୁ ସର୍ବତ ଦେଇ ସ୍ୱାଗତ କରାଯାଇଥିଲା l ଖୁବ ସୁନ୍ଦର ଭାବରେ ଏହି ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ତରଫରୁ ଯୋଗ ଦେଇଥିବା ସମସ୍ତ କର୍ମକର୍ତ୍ତା ବୃନ୍ଦଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଏବଂ ସାଧୁବାଦ l ଶ୍ରୀ ଶିବ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ସମସ୍ତଙ୍କର ଦୁଃଖ ହରଣ କରନ୍ତୁ ଏବଂ ଖୁସିରେ ରଖନ୍ତୁ ବୋଲି ଉକ୍ତ ସେବା ଅନୁଷ୍ଠାନ ତରଫରୁ କାମନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *