ରାଜ୍ୟ

ଉପଭୋକ୍ତା ମହାସଂଘର ସଂପାଦକ ପୁଣି ହେଲେ ଗୋବିନ୍ଦ ଓଝା


ରଘୁନାଥପୁର : ଭୁବନେଶ୍ଵର ଠାରେ ରାଜ୍ୟ ଉପଭୋକ୍ତା ମହାସଂଘ, ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡ଼ିଶାର ସାଧାରଣ କମିଟି ବୈଠକ ବରିଷ୍ଠ ଉପଭୋକ୍ତା କର୍ମୀ ବିଜୟ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
(୧)ସଭାପତି ଭାବେ ବିଜୟ ମହାନ୍ତି ସମ୍ବଲପୁର, (୨)ଉପସଭାପତି ଭାବେ ପ୍ରସନ୍ନ ମିଶ୍ର କେନ୍ଦୁଝର, (୩)ସଂପାଦକ ଭାବେ ଗୋବିନ୍ଦ ଓଝା ଜଗତସିଂହପୁର,(୪)ସହ ସମ୍ପାଦକ ଭାବେ ଦାମୋଦର ସାହୁ ବୌଦ୍ଧ, (୫)କୋଷାଧ୍ୟକ୍ଷ ଭାବେ ହୃଷିକେଶ ପଣ୍ଡା ଯାଜପୁର,(୬)କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ନଳିନୀ ଦାସ ଝାରସୁଗୁଡ଼ା,(୭) ଶ୍ରୀନିବାସ ସାହୁ ଢେଙ୍କାନାଳ (୮) ପ୍ରଦୀପ ଦାଶ ମହାପାତ୍ର ମୟୂରଭଞ୍ଜ (୯) ସୁନ୍ୟଜୟୀ ମିଶ୍ର ନୟାଗଡ (୧୦) ଅରୁଣ କୁମାର ସ୍ବାଇଁ ଖୋର୍ଦ୍ଧା (୧୧) ବିଜୟଲକ୍ଷ୍ମୀ ମହାପାତ୍ର ଏବଂ ଏଥିସହ ସାଧାରଣ କମିଟି କୁ ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ସ୍ଵେଚ୍ଛାସେବୀ ଉପଭୋକ୍ତାଅନୁଷ୍ଠାନର ପ୍ରତିନିଧି ଭାବରେ ଗ୍ରହଣ କରାଯାଇଛି। ପରାମର୍ଶ ଦାତା ଭାବେ ବରିଷ୍ଠ ଉପଭୋକ୍ତା କର୍ମୀ ପି.କାମେଶ୍ୱର ରାଓ ଗଞ୍ଜାମ, ଆଇନ ପରାମର୍ଶ ଦାତା ଭାବେ (୧)
ଉଚ୍ଚ ନ୍ୟାୟାଳୟର ଆଇନଜୀବି ସବ୍ୟସାଚୀ ଦାସ ଓ ଆଇନଜିବୀ ଦୋଳଗୋବିନ୍ଦ ମହାପାତ୍ର ମନୋନୀତ ହୋଇଥିଲେ। ସର୍ବଶେଷରେ ଉପଭୋକ୍ତା କର୍ମୀ ସୁବାସ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଓଡିଶାର ବିଭନ୍ନ ପ୍ରାନ୍ତରୁ ଉପଭୋକ୍ତା ସଂଗଠନ ପ୍ରତିନିଧି ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *