ଦେଶ- ବିଦେଶ

‘ଏୟାର୍‌ ଇଣ୍ଡିଆ’ର କ୍ୟାବିନ୍ କ୍ରୁ’ଗିରଫ

କୋଚି: ସୁନା ଚୋରା ଚାଲାଣ କରୁଥିବା କାରଣରୁ ବୁଧବାର ଦିନ କେରଳର କୋଚି ବିମାନ ବନ୍ଦରରେ ‘ଏୟାର୍‌ ଇଣ୍ଡିଆ’ର ଜଣେ କ୍ୟାବିନ୍‌ କ୍ରୁ’ଙ୍କୁ ଗିରଫ କରାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସୀମା ଶୁଳ୍କ ଅଧିକାରୀମାନଙ୍କଦ୍ବାରା ଗିରଫ ହୋଇଥିବା କ୍ୟାବିନ୍‌ କ୍ରୁ’ ହେଉଛନ୍ତି ୱୟନାଡ଼ବାସୀ ଶାଫି। ତାଙ୍କ ନିକଟରୁ ୧,୪୮୭ ଗ୍ରାମ୍‌ ସୁନା ଜବତ କରାଯାଇଛି।

ବାହାରିନ୍‌-କୋଝିକୋଡ଼-କୋଚି ବିମାନର ଅନ୍ୟତମ କ୍ୟାବିନ୍‌ କ୍ରୁ’ ଶାଫି ସୁନା ଆଣୁଥିବା କଥା ‘କଷ୍ଟମ୍‌ସ୍‌ ପ୍ରିଭେଣ୍ଟିଭ୍‌ କମିସନ୍‌ରେଟ୍‌’ ଗୁପ୍ତରେ ସୂଚନା ପାଇଥିଲା।

ଅଭିଯୁକ୍ତ ଶାଫି ସୁନାତକ ନିଜ ହାତରେ ଗୁଡ଼ାଇ ରଖିବା ପରେ ପିନ୍ଧିଥିବା ପୂରା-ସାର୍ଟର ହାତରେ ବୋତାମ ଦେଇ ଆବୃତ କରି ଗ୍ରିନ୍‌ ଚାନେଲ୍‌ ଅତିକ୍ରମ କରିଯାଇଥିଲେ।

ଏବେ ତାଙ୍କୁ ଅଧିକ ପଚରା ଉଚରା କରାଯାଉଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସେହିପରି, ୩.୩୨ କ‌ୋଟି ଟଙ୍କାର ୬.୮ କିଲୋ ସୁନା ନେଇ ସିଙ୍ଗାପୁରରୁ ଆସିଥିବା ଦୁଇଜଣ ଯାତ୍ରୀଙ୍କୁ ମଧ୍ୟ ବୁଧବାର ଦିନ ଚେନ୍ନାଇ ବିମାନ ବନ୍ଦରରେ ଗିରଫ କରାଯାଇଥିବା କଥା ଚେନ୍ନାଇ ସୀମା ଶୁଳ୍କ ଅଧିକାରୀମାନେ କହିଛନ୍ତି।

ଯାତ୍ରୀଦ୍ବୟ ‘ଏଆଇ ୩୪୭’ ଓ ‘ଏଆଇ ୬ଇ-୫୨’ରେ ସିଙ୍ଗାପୁରରୁ ଚେନ୍ନାଇ ଆସିଥିଲେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *