ଅପରାଧ

କଶ୍ମୀର: ସେନା-ଆତଙ୍କବାଦୀ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ, ଜଣେ ଯବାନ ସହିଦ

ଜମ୍ମୁ : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେନା, ଜମ୍ମୁ-କଶ୍ମୀର ପୁଲିସ ଏବଂ ସିଆରପିଏଫ ସମେତ ମିଳିତ ବାହିନୀ ଏହି ଅପରେସନ ଚଳାଇଛନ୍ତି। ଦକ୍ଷିଣ କଶ୍ମୀର ଜିଲ୍ଲାର ମୋଦରଗାମ ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା। ଯାହା ପରେ ଘେରାଉ ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।ଏକ ଘନ ସେଓ ବଗିଚାରେ ଥିବା ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିଲେ ବୋଲି ପୁଲିସ କହିଛି। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ପରେ ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇ ଉଭୟ ପକ୍ଷରୁ ଗୁଳିଚାଳନା ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ସେନାର ଜଣେ ଯବାନ ଆହତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କି୍ତୁ ସେଠାରେ ସେ ମୃତ୍ୟୁବରଣ କରିଥିଲେ । ସେପଟେ କୁଲଗାମର ଫ୍ରିସାଲ ଚିନିଗାମ ଅଞ୍ଚଳରେ ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ଆଉ ଏକ ଏନକାଉଣ୍ଟର ଚାଲିଛି ।

Leave a Reply

Your email address will not be published. Required fields are marked *