ମୁଖ୍ୟ ଖବର

ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ବରର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ | ଏହାପରେ ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧବାର୍ଷିକୀରେ ସେ ଯୋଗ ଦେଇଛନ୍ତି । ଆଜି ରାଜଭବନରେ ରାତ୍ରୀ ରହଣୀ ପରେ ୭ ତାରିଖରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମଙ୍ଗ ହେଲିପ୍ୟାଡରେ ପହଞ୍ଚିବା ପରେ ପ୍ରଥମେ ରାଜଭବନ ଓ ରଥାଯାତ୍ରାରେ ଯୋଗ ଦେବେ। ୮ ତାରିଖରେ ପୁରୀରୁ ଫେରି ଖଣ୍ଡଗିରି-ଉଦୟଗିରି ପରିଦର୍ଶନ କରିବେ। ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ ।ସେହିଦିନ ମେଣ୍ଢାଶାଳା ହରିଡାମାଡା ଗ୍ରାମରେ ବ୍ରହ୍ମକୁମାରୀ ରିଟ୍ରିଟ୍‌ କେନ୍ଦ୍ର ଉଦ୍‌ଘାଟନ କରିବେ। ୯ ତାରିଖରେ ଜାତୀୟ ବିଜ୍ଞା‌ନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବେ। ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ୬ ଜଣ ଅତିରିକ୍ତ ଡିସିପି, ୧୫ ଜଣ ଏସିପି, ୨୫ ଜଣ ଇନ୍ସପେକ୍ଟର, ୧୦୦ ଜଣ ଅଫିସର, ୪ଟି ସ୍ପେଶାଲ ଟାକଟିକାଲ ଟିମ୍ ସହ ବମ୍ ସ୍କାର୍ଡ ଓ ସ୍କ୍ବାର୍ଡ ନିୟୋଜିତ ହେବେ। ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଷ୍ଟ୍ରପତି ଯିବାକୁ ଥିବା ପ୍ରତ୍ୟେକ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ୍‌ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *