ଦେଶ- ବିଦେଶ

୧୧ରେ ‘ଇଡି’ରେ ହାଜର ହେବେ ‘କେସିଆର୍‌’ଙ୍କ ଝିଅ କେ. କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସଂକ୍ରାନ୍ତରେ ଜେରା ନିମନ୍ତେ ମାର୍ଚ ୧୧ ତାରିଖରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବେ ବୋଲି ବୁଧବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ‘ଭାରତ ରାଷ୍ଟ୍ର ସମିତି’ର ନେତ୍ରୀ କ‌େ. କବିତା ବୁଧବାର ଦିନ କହିଛନ୍ତି।

ଜାରି କରିଥିବା ବିବୃତିରେ କେ. ‌କବିତା କହିଛନ୍ତି ଯେ, ତାଙ୍କୁ ଏତେ ଶୀଘ୍ର କାହିଁକି ଡକାଗଲା ତାହା ସେ ବୁଝିବାକୁ ଅସମର୍ଥା। ଏହାକୁ ଗୋଟାଏ ରାଜନୈତିକ ଅତ୍ୟାଚାର ଆଖ୍ୟା ଦେଇ କବିତା କହିଛନ୍ତି ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସମ୍ପ୍ରତି ଚାଲିଥିବା ତଦନ୍ତରେ ତାଙ୍କର କ‌ୌଣସି ସମ୍ପୃକ୍ତି ନାହିଁ।

ବିବୃତି ଶେଷରେ ସେ କହିଛନ୍ତି ଯେ, ୨୦୨୩ ମାର୍ଚ ୧୧ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ’ରେ ସେ ହାଜର ହେବେ। ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ମଧ୍ୟ ସେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେରା ପାଇଁ ଆଜି ଅର୍ଥାତ୍‌ ମାର୍ଚ ୯ ତାରିଖ ଦିନ ହାଜର ହେବା ଲାଗି କ‌େ. କବିତାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସମନ୍‌ ଜାରି କରିଥିଲା।

ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଗିରଫ କରାଯିବା ପରେ କବିତାଙ୍କୁ ପୁଣି ଆଜି ଜେରା କରାଯିବା ଦିନ ସ୍ଥିର କରାଯାଇଥିଲା। ଅରୁଣ ପିଲ୍ଲାଇଙ୍କ ରିମାଣ୍ଡ୍‌ ରିପୋର୍ଟରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଛି ଯେ, ଦିଲ୍ଲୀ ମଦ ମାମଲରେ ସେ (ଅରୁଣ) ହେଉଛନ୍ତି କବିତାଙ୍କ ବେନାମୀ। ‘ଆପ୍‌’କୁ ୧୦୦ କୋଟି ଟଙ୍କା ପ୍ରଦାନ କରିଥିବା ଦକ୍ଷିଣ ଗ୍ରୁପ୍‌ର (ସାଉଥ୍‌ କାର୍ଟେଲ୍‌) ଅଂଶବିଶେଷ ଭାବେ କବିତାଙ୍କ ନାମ ଏହି ମାମଲାରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ‘ସିବିଆଇ’ ମଧ୍ୟ ତାଙ୍କୁ ହାଇଦ୍ରାବାଦରେ ୭ ଘଣ୍ଟାରୁ ଅଧିକ କାଳ ଜେରା କରିଥିଲା।

Leave a Reply

Your email address will not be published. Required fields are marked *